ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ସର୍ଜରୀ ହେବ। ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ପରେ ଅଧିକ ଚିକିତ୍ସା ପାଇଁ ତା’ ପରଦିନ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଦିନର ନିରୀକ୍ଷଣ ପରେ ବାଇପାସ୍ ସର୍ଜରୀ କରିବା ଲାଗି ଏମ୍ସ ଡାକ୍ତର ପରାମର୍ଶ ଦେଇଥିଲେ।
The post ରାଷ୍ଟ୍ରପତିଙ୍କର ହେବ ବାଇପାସ୍ ସର୍ଜରୀ appeared first on Odisha Reporter.
from Odisha Reporter https://ift.tt/3fwcqOJ
No comments:
Post a Comment