ନୂଆଦିଲ୍ଲୀ: ପରମବୀର ସିଂହଙ୍କ ଚିଠି ପରେ ମହାରାଷ୍ଟ୍ର ସରକାରରେ କମ୍ପନ ଆରମ୍ଭ ହୋଇଯାଇଛି। ମହାଅଘାଡି ମେଣ୍ଟରେ ହଇଚଇ ସୃଷ୍ଟି ହୋଇଛି। ଏନ୍ସିପି ସୁପ୍ରିମୋ ଶରଦ ପୱାରଙ୍କ ନିଦ ହଜିଯାଇଛି। ସେ ଆଗ୍ରାରୁ ଆସି ଆଜି ଦିଲ୍ଲୀରେ ପହଞ୍ଚି ଯାଇଛନ୍ତି । ଏହି ମାମଲାର ଯାଂଚ ପାଇଁ ସେ ଏନ୍ସିପି କୋର୍ କମିଟିର ଦୁଇ ଜଣ ସଦସ୍ୟଙ୍କୁ ଦିଲ୍ଲୀ ଡକାଇଛନ୍ତି। ଏନ୍ସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଏବଂ ଡେପୁଟି ଅଜିତ ପୱାରଙ୍କୁ ଦିଲ୍ଲୀ ଡକାଇଛନ୍ତି ଏନ୍ସିପି ସୁପ୍ରିମୋ।
ସେପଟେ ପରମବୀରଙ୍କ ଚିଠିକୁ ନେଇ ଶିବେସନା ସାଂସଦ ସଞ୍ଜୟ ରାୱତ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ସମସ୍ତ ସହଯୋଗୀ ଦଳଙ୍କୁ ଆତ୍ମମନ୍ଥନ କରିବା ପାଇଁ କହିଛନ୍ତି। ସଞ୍ଜୟ କହିଛନ୍ତି, କିଛି ମାମଲାରେ ରାଜ୍ୟ ସରକାର ପୂର୍ବରୁ ନଜର ରଖିବା ଉଚିତ। ଏଥିସହ କିଛି ଅଫିସରଙ୍କୁ ମଧ୍ୟ ତୀକ୍ଷ୍ଣ ନଜର ରଖିବା ଉଚିତ ବୋଲି ମୁଁ ପୂର୍ବରୁ ସରକାରଙ୍କୁ କହିଥିଲି।
ସେପଟେ ଅନିଲ ଦେଶମୁଖଙ୍କୁ ସଞ୍ଜୟ କହିଛନ୍ତି, ଶରଦ ପୱାର ଏହି ମାମଲାରେ ସଠିକ ନିଷ୍ପତ୍ତି ନେବେ। ଅନିଲ ଦେଶମୁଖଙ୍କ ଉପରେ ଲାଗିଥିବା ଅଭିଯୋଗ ବେଶ ଗମ୍ଭୀର। କୌଣସି ବି ମନ୍ତ୍ରୀଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ଠିକ୍ ନୁହେଁ। ଏହା ଆତ୍ମ ନୀରିକ୍ଷଣର ସମୟ ବୋଲି ସେ କହିଛନ୍ତି। ଲୋକେ ଏହି ମାମଲାକୁ ଚିଠି ବୋମା ବୋଲି କହୁଛନ୍ତି। ଏହି ମାମଲାରେ ଯାହା ବି ସତ୍ୟତା ରହିଛି ତା’ର ତଦନ୍ତ ଉଦ୍ଧବ ଠାକରେ ଏବଂ ଶରଦ ପୱାର କରିବେ। ସେପଟେ ଅନିଲ ଦେଶମୁଖ ନିଜେ ଚିଠିକୁ ନେଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବତନ ପୁଲିସ କମିଶନର ପରବମୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅନିଲ ଦେଶମୁଖ ତାଙ୍କୁ ସଚିନ ବାଜେଙ୍କ ପାଖରୁ ମାସିକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ । ଆଉ ସେ ଅନିଲଙ୍କ କଥା ମାନି ସଚିନ ବାଜେଙ୍କୁ ପ୍ରତିମାସରେ ୧୦୦ କୋଟି ଟଙ୍କା ଜମା କରିବାକୁ କହିଥିଲେ। ଦେଶମୁଖ ତାଙ୍କ ଘରକୁ ସଚିନ ବାଜେଙ୍କୁ ଅନେକ ଥର ଡାକିଥିଲେ ବୋଲି ପରମବୀର ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିକୁ ନେଇ ଏବେ ବିବାନ ଘନେଇବାରେ ଲାଗିଛି।
The post ପରମବୀର ସିଂହଙ୍କ ଚିଠି ବୋମା: ମୁମ୍ବାଇରୁ ଦିଲ୍ଲୀ ଯାଏଁ କମ୍ପନ appeared first on Odisha Reporter.
from Odisha Reporter https://ift.tt/391SwXE
No comments:
Post a Comment