୩ଥର ଲ୍ୟାଣ୍ଡିଂ ଫେଲ୍, ମଝି ଆକାଶରେ କାନ୍ଦିଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

୩ଥର ଲ୍ୟାଣ୍ଡିଂ ଫେଲ୍, ମଝି ଆକାଶରେ କାନ୍ଦିଲେ ଯାତ୍ରୀ

ଜୈସଲମେର: ୩ଥର ଲ୍ୟାଣ୍ଡିଂ ହେଲା ଫେଲ୍। ଘଣ୍ଟାଏ କାଳ ଆକଶରେ ଘୁରି ବୁଲିଲା ବିମାନ। ଭୟରେ ମଝି ଆକାଶରେ କାନ୍ଦିଲେ ଯାତ୍ରୀ। ଅହମ୍ମଦାବାଦରୁ ଜୈସଲମେର ଆସୁଥିବା ସ୍ପାଇସ୍‌ ଜେଟ୍‌ ଏସ୍‌ଜି-୩୦୧୪ ବିମାନ ଲ୍ୟାଣ୍ଡିଂ ନ କରିପାରିବାରୁ ମଝି ଆକାଶରେ ଦୀର୍ଘ ଘଣ୍ଟାଏ କାଳ ଘୁରି ବୁଲିଥିଲା। ବିମାନଟିକୁ ଲ୍ୟାଣ୍ଡିଂ କରିବାରେ ପାଇଲଟ ଅସମର୍ଥ ହୋଇଥିଲେ। ଫଳରେ ବିମାନରେ ଥିବା ଯାତ୍ରୀ ଭୟଭିତ ହୋଇପଡିଥିଲେ। ଏପରିକି କିଛି ମହିଳା ଯାତ୍ରୀ କାନ୍ଦିବାକୁ ମଧ୍ୟ ଲାଗିଥିଲେ।

ବିମାନ ଲ୍ୟାଣ୍ଡିଂ ନହେବାରୁ ଭୟଭିତ ଯାତ୍ରୀ

ଯାନ୍ତ୍ରିକ ତ୍ରୁଟି କାରଣ ଯୋଗୁଁ ବିମାନଟିକୁ ପଇଲଟର ୩ ଥର ଲ୍ୟାଣ୍ଡି କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ଶେଷରେ ବିମାନଟିକୁ ଅହମ୍ମଦାବାଦ ଫେରାଇ ନେଇଥିଲେ ପାଇଲଟ। ସେଠାରେ ଅପରାହ୍ନ ୨ଟା ୪୦ ମିନିଟ୍‌ରେ ସୁରକ୍ଷିତ ଭାବ ଲ୍ୟାଣ୍ଡିଂ କରାଇଥିଲେ। ପରେ ପ୍ରାୟ ୨ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟଙ୍କ ଦ୍ୱାରା ବିମାନଟି ୪ଟା ୩୦ ମିନିଟ୍ରେ ଜୈସଲମେର୍‌ ଅଭିମୁଖେ ଉଡାଣ ଭରିଥିଲା। ଏହି ସମୟରେ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ବିମାନ କ୍ରୁ ମେମ୍ବର ସମସ୍ତ ଯାତ୍ରୀଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ।

ପରେ ସ୍ପାଇସ୍‌ ଜେଟ୍‌ ଏସ୍‌ଜି-୩୦୧୪ ବିମାନଟି ଅପରାହ୍ନ ୫ଟା ୧୫ ମିନିଟ୍‌ରେ ଜୈସଲମେର୍‌ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିବା ନେଇ ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ପାଇସ୍ ଜେଟ୍ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଜୈସଲମେର୍‌ ବିମାନ ବନ୍ଦର ନିର୍ଦ୍ଦେଶକ ସ୍ପଷ୍ଟିକରଣ ଦେଇଛନ୍ତି।

The post ୩ଥର ଲ୍ୟାଣ୍ଡିଂ ଫେଲ୍, ମଝି ଆକାଶରେ କାନ୍ଦିଲେ ଯାତ୍ରୀ appeared first on Odisha Reporter.



from Odisha Reporter https://ift.tt/3c6gsew

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages