୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ, ୧୯୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ, ୧୯୯ ମୃତ

ନୂଆଦିଲ୍ଲୀ: ୟୁଟର୍ଣ୍ଣ ନେଇଛି କରୋନା। ଦେଶରେ ପୁଣି ଦିନକରେ ୩୦ରୁ ୪୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କା ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମାର୍ଚ୍ଚ ମାସର ମଧ୍ୟଭାଗ ଠାରୁ ଲାଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ​‌ଏକ​‌ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଏବଂ ଏକ ଲକ୍ଷ ୬୦ ହଜାର ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୫ ହଜାର ୩୭୭ ଆକ୍ଟିଭ କେସ୍‌ ରହିଛି ।

ସେହିଭଳି ଦେଶ​‌ରେ ଟୀକାକରଣ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୮୪ ଳକ୍ଷ ୯୪ ହଜାର ୫୯୪ ଜଣଙ୍କୁ ଭ୍ୟାକସିନ୍‌ ଦିଆସରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ପଞ୍ଜାବରେ କରୋନା ସଂକ୍ରମଣ ଦ୍ରୁତ ଗତି​‌ରେ ବୃଦ୍ଧି ପାଇବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମୁଖ ରାଜ୍ୟଗୁଡିକର କିଛି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ମଧ୍ୟ ଲାଗୁ ହୋଇସାରିଲାଣି । ସେପଟେ ଆଉ କେତେକ ରାଜ୍ୟ ଲକଡାଉନ କରିବା ପାଇଁ ମଧ୍ୟ ଚିନ୍ତା କରୁଥିବା ଜଣାପଡିଛି।

The post ୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ, ୧୯୯ ମୃତ appeared first on Odisha Reporter.



from Odisha Reporter https://ift.tt/2NGARgE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages