ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।
ଏହି ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୩୦ ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ।
ମାର୍ଚ୍ଚ ୩୧ ତାରିଖରେ ଦାଖଲ ନାମାଙ୍କନ ଗୁଡ଼ିକୁ ଯାଞ୍ଚ କରାଯିବ। ଏପ୍ରିଲ ୩ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ।
ଏପ୍ରିଲ ୧୭ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ।
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ତାଙ୍କ ପରଲୋକ ପରେ ଅକ୍ଟୋବର ୪ରୁ ଏହି ଆସନଟି ଖାଲି ପଡ଼ିଛି।
ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବ ନା ଆଉ କାହାକୁ ପ୍ରାର୍ଥୀ କରିବ, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଅନ୍ୟପକ୍ଷରେ ସ୍ୱର୍ଗତ ମହାରଥୀଙ୍କ ପରିବାରେ ଏହାକୁ ନେଇ ମତଭେଦ ରହିଛି। ତାଙ୍କ ପତ୍ନୀ ପ୍ରାର୍ଥୀ ହେବାକୁ ଚାହୁଁଥିବା ବେଳେ ତାଙ୍କ ପୁଅ ମଧ୍ୟ ଟିକେଟ୍ ପାଇବାକୁ ଆଶା ରଖିଛନ୍ତି। ଆଉ ଏହାକୁ ନେଇ ରାଜ୍ୟରେ ଜୋର ଚର୍ଚ୍ଚା ଚାଲିଛି।
The post ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ appeared first on Odisha Reporter.
from Odisha Reporter https://ift.tt/2Pk1qZq
No comments:
Post a Comment