ଗର୍ଭବତୀ ମହିଳାଙ୍କୁ ୩ କି.ମି ଚଳାଇଲେ ମହିଳା ପୁଲିସ୍‌ ଅଧିକାରୀ, ଶେଷରେ ନିଲମ୍ବିତ ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଗର୍ଭବତୀ ମହିଳାଙ୍କୁ ୩ କି.ମି ଚଳାଇଲେ ମହିଳା ପୁଲିସ୍‌ ଅଧିକାରୀ, ଶେଷରେ ନିଲମ୍ବିତ ‌

ଉଦଳା(ମାନସ ପାଣି) – ପୁଲିସ୍‌ ଭୁଲିଗଲା ମାନବିକତା। ହେଲମେଟ ଚେକିଂ ଆଳରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି  ଅନୁକମ୍ପା ଜଣାଇବାକୁ ଭୁଲିଗଲେ ମହିଳା ପୁଲିସ୍‌ ଅଫିସର । ଫଳରେ ତିନି କିଲୋମିଟର ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ ମହିଳା। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ଘଟଣାର ତଦନ୍ତ କରି ମୟୂରଭଞ୍ଜ ଏସ୍‌ପି  ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ,  ଶରତ ଥାନା ଅଂଚଳର ବିକ୍ରମ ବିରୁଲି ଗତକାଲି ନିଜ ୮ ମାସର ଗର୍ଭବତୀ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକ୍‌ରେ ନେଇ ଚେକଅପ‌୍‍ ନିମନ୍ତେ ଉଦଳା ଯାଉଥିଲେ। ହେଲେ ଶରତ ଛକ ନିକଟରେ ସ୍ଥାନୀୟ ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ସେଠାରେ ବିକ୍ରମ ଅଟକିଥିଲେ। ପୁଲିସ୍‌ ବିକ୍ରମଙ୍କର ହେଲମେଟ ଚେକିଂ କରିବା ସହିତ ଗାଡିର କାଗଜପତ୍ର ଯାଂଚ କରିଥିଲା। ବିକ୍ରମ ହେଲମେଟ ପିନ୍ଧିଥିବା ବେଳେ ତାଙ୍କ ଗାଡିର ସମସ୍ତ କାଗଜପତ୍ର ଠିକ‌୍‍ ଥିଲା। ହେଲେ ତାଙ୍କ ସ୍ତ୍ରୀ ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୁଲିସ୍‌ ଚାଲାଣ କାଟିଥିଲା। ଏହି ସମୟରେ ତାଙ୍କ ନିକଟରେ ଟଙ୍କା ନ ଥିବା ବିକ୍ରମ କହିଥିଲେ।  ଏଥିସହ  ଅନଲାଇନ୍‌ରେ ଚାଲାଣ ପଇଠ କରିବେ ବୋଲି ସେ କହିଥିଲେ।

ଏହି ଘଟଣାକୁ ନେଇ ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କ ସହିତ ବିକ୍ରମଙ୍କର କଥା କଟାକଟି ହୋଇଥିଲା। ପରେ ପୁଲିସ‌୍‍ ବିକ୍ରମଙ୍କ ଗାଡିକୁ ନିଜ ହେପାଜତକୁ ନେବା ସହିତ ବିକ୍ରମଙ୍କୁ ପୁଲିସ‌୍‍ ଗାଡିରେ ବସାଇ ଥାନାକୁ ନେଇଯାଇଥିଲା।  ହେଲେ ରାସ୍ତାରେ ବିକ୍ରମଙ୍କ ଗର୍ଭବତୀ ସ୍ତ୍ରୀକୁ ଏକୁଟିଆ ଛାଡି ଚାଲିଯାଇଥିଲା ପୁଲିସ‌୍‍।

ବିକ୍ରମଙ୍କ ସ୍ତ୍ରୀ ମଧ୍ୟ ପୁଲିସ‌୍‍ ଗାଡିରେ ଥାନାକୁ ଯିବାକୁ ନେହୁରା ହୋଇଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ପ୍ରାୟ ୩ଘଣ୍ଟା ଧରି ପୁଲିସ‌୍‍ ବିକ୍ରମଙ୍କୁ ଥାନାରେ ବସାଇଥିବା କାରଣରୁ ତାଙ୍କ ସ୍ତ୍ରୀ ଚେକିଂ ସ୍ପଟ‌୍‍ରୁ ୩ କିଲୋମିଟର ଚାଲି ଚାଲି ଶରତ ଥାନାକୁ ଯାଇଥିଲେ। ଏ ବାବଦରେ ବିକ୍ରମ ଉପଖଣ୍ଡ ପୋଲିସ‌୍‍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏନେଇ ଏସ୍‌ଡିପିଓ ମୟୂରଭଞ୍ଜ ଏସ୍‌ପି ପରମାରସ୍ମିତ  ପୁରୁଷୋତ୍ତମ ଦାସଙ୍କୁ ଅବଗତ କରିବାରୁ ସେ ଘଟଣାର ତଦନ୍ତ ନିମନ୍ତେ ଆଡିସନାଲ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଥିଲେ। ଗତ ରାତିରେ ଆଡିସନାଲ ଏସ୍‌ପି ଶରତ ଥାନାରେ ପହଞ୍ଚି ତଦନ୍ତ କରି ରିପୋର୍ଟ ଦେବା ପରେ ଏସ୍‌ପି ଶରତ ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ କପ୍ତିପଦା ଥାନା ଆଇଆଇସି ସଞ୍ଜୟ ପ୍ରଧାନଙ୍କୁ ଶରତ ଥାନା ଦାୟିତ୍ୱ ଦିଆଯାଇଛି।

ଏନେଇ ବିକ୍ରମ ବିରୁଲି  କହିଛନ୍ତି, “ମୁଁ ଜଣେ ଆଦିବାସୀ ଯୁବକ। ପତ୍ନୀଙ୍କ ଚେକଅପ୍‌ ନିମନ୍ତେ ଉଦଳାକୁ ଡାକ୍ତରଙ୍କ ପାଖକୁ ଆସିଥିଲି। ମୋ  ସ୍ତ୍ରୀ ହେଲମେଟ ପିନ୍ଧି ନ ଥିବାରୁ ପୁଲିସ୍‌ ଅଟକାଇ ଜରିମାନା ଲଗାଇଥିଲା। ଇ-ଚାଲାଣ କାଟିଦେବି କହିବାରୁ ଯୁକ୍ତିତର୍କ କରି ମୋ ସ୍ତ୍ରୀକୁ ଛାଡ଼ି ମୋତେ ଥାନାକୁ ନେଇ ଆସିଥିଲେ। ଥାନାରେ ୩ ଘଣ୍ଟା ବସାଇଦେବାରୁ ମୋ ସ୍ତ୍ରୀ ପ୍ରାୟ ୩ କିମି ଚାଲିଚାଲି ଥାନାକୁ ଆସିଥିଲେ। ଏନେଇ ଏସଡିପିଓଙ୍କୁ ଜଣାଇଛି।”

ଏନେଇ ବିକ୍ରମଙ୍କ ପତ୍ନୀ ଗୁରୁବାରୀ ବିରୁଲି କହିଛନ୍ତି, “ହେଲମେଟ ପିନ୍ଧି ନ ଥିବାରୁ ପୁଲିସ୍‌ ଅଟକାଇଲା। ଏହାପରେ ମୋ ସ୍ୱାମୀଙ୍କୁ ଥାନାକୁ ନେଇଗଲେ। ମୁଁ ଯେତେ ନେହୁରା ହେଲେ ବି ମୋତେ ମଝି ରାସ୍ତାରେ ଛାଡ଼ି ଚାଲିଗଲେ। ଫଳରେ ମୁଁ ଚାଲି ଚାଲି ଥାନାକୁ ଗଲି।”

ଜଣେ ୮ ମାସର ଗର୍ଭବତୀ ମହିଳା ୩ କିଲୋମିଟର ଚାଲି ଚାଲି ଯିବା ଏବଂ ପୁଲିସ‌୍‍ ନିଜର ମାନବିକତା ଭୁଲି ହେଲମେଟ ଚେକିଂ ଆଳରେ ଗର୍ଭବତୀଙ୍କ ପ୍ରତି ଅନୁକମ୍ପା ନ ଦେଖାଇବା ଚର୍ଚ୍ଚାର ବିଷୟ ପାଲଟିଛି।   ଶରତ ଥାନା ଅଧିକାରିଣୀ ରୀନା ବକ୍ସଲା ଜଣେ ମହିଳା ହୋଇ କିଭଳି ଜଣେ ମହିଳାଙ୍କ କଷ୍ଟ ଜାଣିପାରିଲେ ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।

The post ଗର୍ଭବତୀ ମହିଳାଙ୍କୁ ୩ କି.ମି ଚଳାଇଲେ ମହିଳା ପୁଲିସ୍‌ ଅଧିକାରୀ, ଶେଷରେ ନିଲମ୍ବିତ ‌ appeared first on Odisha Reporter.



from Odisha Reporter https://ift.tt/3m2cZRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages