ଅଭିନେତ୍ରୀଙ୍କୁ ଧକ୍କା ମାରିବା ସହ ଧମକ ଦେଲେ ନୱାଜୁଦ୍ଦିନ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଅଭିନେତ୍ରୀଙ୍କୁ ଧକ୍କା ମାରିବା ସହ ଧମକ ଦେଲେ ନୱାଜୁଦ୍ଦିନ୍!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କୁ ବିଚ୍ ରାସ୍ତାରେ ଧମକ୍‌। ଖୋଲାଖୋଲି ଭାବେ ତାଙ୍କୁ ଧମକ ଦେବା ସହ ଧକ୍କା ମଧ୍ୟ ମାରିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। କେବଳ ସେତିକି ନୁହେଁ ନିଜ ଔକାତ୍‌ରେ ରୁହ ବୋଲି କହିଲେ ଅଭିନେତା ନୱାଜୁଦ୍ଦିନ। ଅଭିନେତ୍ରୀଙ୍କୁ ଏଭଳି ଧମକ ଦେଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି।

ନୱାଜୁଦ୍ଦିନ ଏବଂ ନେହାଙ୍କ ଏହି ଭିଡିଓଟି ହେଉଛି ତାଙ୍କ ଅପକମିଂ ଫିଲ୍ମ `ଜୋଗିରା ସାରା ରା ରା’ର ସୁଟିଂ ସେଟ୍‌ର। ଏହି ମଜାଦାର ଭିଡିଓକୁ ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି। ସୋଶାଲ ମିଡିଆରେ ଉକ୍ତ ଭିଡିଓଟି ଏବେ ଜୋରସୋରରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ଉକ୍ତ ଭିଡିଓରେ ନେହା ସାଲୱାର ସୁଟ୍‌ ପିନ୍ଧି ନୱାଜୁଦ୍ଦିନଙ୍କ ପାଖକୁ ଆସୁଛନ୍ତି। ପାଖକୁ ଆସି ତାଙ୍କୁ କହୁଛନ୍ତି, ମୋତେ ଆପଣ ବେଶ କ୍ୟୁଟ ଲାଗିଲେ…ଚାଲନ୍ତୁ ପରସ୍ପରକୁ ଆହୁରି ଚିହ୍ନିବା’ ଏହା ଶୁଣିବା ପରେ ନୱାଜୁଦ୍ଦିନ କହୁଛନ୍ତି, ` aaawww…ନିଜ ଔକାତରେ ରୁହ।’

ସୂଚନାଯୋଗ୍ୟ ଯେ, ନେହା ଶର୍ମା ଓ ନୱାଜୁଦ୍ଦିନ ପ୍ରଥମ କରି ଫିଲ୍ମ `ଜୋଗିରା ସାରା ରା ରା’ରେ ନଜର ଆସିବେ। ସେପଟେ ଆଜି ହିଁ ନୱାଜୁଦ୍ଦିନଙ୍କ ଲାଟେଷ୍ଟ ଗୀତ `ବାରିଶ କି ଜାଏ’ ରିଲିଜ ହୋଇସାରିଛି, ଯାହାକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ନୱାଜୁଦ୍ଦିନ ଏହି ଗୀତକୁ ନେଇ ଇନଷ୍ଟାଗ୍ରାମ ରିଲ୍‌ ତିଆରି କରିଥିଲେ, ଯାହା ଭାଇରାଲ ହୋଇଥିଲା।

 

View this post on Instagram

 

A post shared by Neha Sharma (@nehasharmaofficial)

The post ଅଭିନେତ୍ରୀଙ୍କୁ ଧକ୍କା ମାରିବା ସହ ଧମକ ଦେଲେ ନୱାଜୁଦ୍ଦିନ୍! appeared first on Odisha Reporter.



from Odisha Reporter https://ift.tt/3duzZF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages