ଇଡି-ସିବିଆଇକୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ଇଡି-ସିବିଆଇକୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗ ରେଡ୍ କରିଛି। ଦ୍ୱିତୀୟ ଦିନ ପାଇଁ ରେଡ୍ ଜାରି ରଖିଛି ଆୟକର ବିଭାଗ। ଟ୍ୟାକ୍ସ ଚୋରି ଅଭଯୋଗରେ ଆୟକର ବିଭାଗ ରେଡ୍ କରିଥିବା ସୂଚନା ରହିଛି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି।

ବଲିଉଡର ଏକ ଶାୟରୀକୁ ଉଦ୍ଧୃତ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ସରକାରଙ୍କ ଅଙ୍ଗୁଳିରେ ନାଚୁଥିବା ରାହୁଲ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ମିଡିଆ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ମୋଦିଙ୍କୁ ଦେଖିଲେ ମିଡିଆ ନରମି ଯାଉଛି। ରାହୁଲ ଗାନ୍ଧୀ ତୃତୀୟ ଧାଡ଼ିରେ ଲେଖିଛନ୍ତି ମୁର୍ଖ ଭଳି ଚାଷୀଙ୍କ ସମର୍ଥକଙ୍କ ଘରେ ରେଡ୍ କରାଯାଉଛି।

ସୂଚନାଯୋଗ୍ୟ, ବିଳମ୍ବିତ ରାତି ଯାଏ ଗୁଡେଇ ତୁଡେଇ ଜେରା କରିଛି ଆଇଟି। ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ନିର୍ମାତା ବିକାଶ ବେହଲଙ୍କ ଘର ସମେତ ମଧୁ ମଣ୍ଟେନାଙ୍କ କ୍ୱାନ୍ ଟ୍ୟାଲେଣ୍ଟ ଇଭେଣ୍ଟ ଅଫିସରେ ମଧ୍ୟ ରେଡ୍ କରାଯାଇଛି। ‘ଫାଣ୍ଟମ୍’ ଫିଲ୍ମସରେ ଟିକସ ଚୋରି ଅଭିଯୋଗ ହୋଇଥିବା ସୂଚନା ପାଇ ଆୟକର ବିଭାଗ ରେଡ୍ କରିଛି।

The post ଇଡି-ସିବିଆଇକୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ appeared first on Odisha Reporter.



from Odisha Reporter https://ift.tt/3e6DZ02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages