ଧୋନିଙ୍କ ରେକର୍ଡ ସମକକ୍ଷ ହେଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ଧୋନିଙ୍କ ରେକର୍ଡ ସମକକ୍ଷ ହେଲେ କୋହଲି

ଅହମ୍ମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟର ନୂଆ ଉପଲବ୍ଧି ହାସଲ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ନିଜର ୬୦ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିସହ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଧୋନି ମଧ୍ୟ ଭାରତ ପକ୍ଷରୁ ୬୦ ଟେଷ୍ଟ ମ୍ୟାଚରେ କ୍ୟାପଟେନ୍ସି କରିଛନ୍ତି। ଏବେ ଉଭୟ କୋହଲି ଓ ଧୋନି ଭାରତ ପକ୍ଷରୁ ସର୍ବାଧିକ ନେତୃତ୍ୱ ନେଇଥିବା କ୍ରିକେଟର ହୋଇଛନ୍ତି।

ଅହମ୍ମଦାବାଦରେ ଆଜିଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି। କୋହଲି ମଧ୍ୟ ଭାରତର ସବୁଠାରୁ ଟେଷ୍ଟ କ୍ୟାପଟେନ୍। କୋହଲିଙ୍କ ନେତୃତ୍ୱରେ ଭାରତ ୫୯ ଟେଷ୍ଟରୁ ୩୫ ବିଜୟ,୧୪ ପରାଜୟ ଏବଂ ୧୦ଟି ଡ୍ର’ କରିଛି। ସେହିପରି ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ବିଜୟୀ ହୋଇଥିବା ବେଳେ ୧୮ ପରାଜୟ ଓ ୧୫ ଡ୍ର’ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଜୋ ରୁଟ୍ ଭାରତ ବିପକ୍ଷରେ ନିଜର ୫୦ତମ ଟେଷ୍ଟ ମ୍ୟାଚରେ ନେତୃତ୍ୱ ନେଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଟେଷ୍ଟରେ କ୍ୟାପଟେନ୍ସି କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥଙ୍କ ନାଁରେ ରହିଛି। ସ୍ମିଥ ୧୦୯ ଟେଷ୍ଟରେ ନେତୃତ୍ୱ ନେଇଛନ୍ତି। ସ୍ମିଥ୍ ଦୁନିଆର ଏକମାତ୍ର କ୍ରିକେଟର ଯିଏ ୧୦୦ରୁ ଅଧିକ ଟେଷ୍ଟରେ କ୍ୟାପଟେନ୍ସି କରିଛନ୍ତି। ସ୍ମିଥଙ୍କ ପରେ ଅଷ୍ଟ୍ରେଲିଆର ଆଲାନ୍ ବର୍ଡର (୯୩), ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ (୮୦), ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୭୭) ଓ ୱେଷ୍ଟଇଣ୍ଡିଜର କ୍ଲାଇବ୍ ଲୟଡ୍ (୭୪) ସର୍ବାଧିକ ମ୍ୟାଚରେ କ୍ୟାପଟେନ୍ସି କରିଛନ୍ତି।

The post ଧୋନିଙ୍କ ରେକର୍ଡ ସମକକ୍ଷ ହେଲେ କୋହଲି appeared first on Odisha Reporter.



from Odisha Reporter https://ift.tt/3uQoy21

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages