ନୂଆଦିଲ୍ଲୀ: ଶେଷ ହୋଇଛି ସ୍ପେକ୍ଟ୍ରମ ନିଲାମୀ। ଦେଶର ତିନି ଘରୋଇ ଟେଲିକମ କମ୍ପାନୀ ଜିଓ, ଏୟାରଟେଲ୍, ଭିଆଇ (ଭୋଡାଫୋନ-ଆଇଡିଆ) ନିଲାମିରେ ଆବଶ୍ୟକ ମୁତାବିକ ସ୍ପେକ୍ଟ୍ରମ କିଣିଛନ୍ତି। ଅନ୍ତିମଥର ୨୦୧୬ରେ ସ୍ପେକ୍ଟ୍ରମ ନିଲାମି ହୋଇଥିଲା। ଏବେ ଏହାର ପୁନଃ ନବୀକରଣ ଜରିଆରି ତିନି ଟେଲିକମ କମ୍ପାନୀ ସ୍ପେକ୍ଟ୍ରମ କିଣିଛନ୍ତି। ମୋଟ୍ ୪୮୮.୩୫ Mhz ଏୟାରଓ୍ୱେଭ୍ କିଣିଛନ୍ତି ତିନି ଟେଲିକମ କମ୍ପାନୀ। ସରକାର କିନ୍ତୁ ୮୫୫.୭ Mhz ଏୟାରଓ୍ୱେଭ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ୪୮୮.୩୫ Mhz ୟାରଓ୍ୱେଭ୍ ପାଇଁ ସରକାର ୭୭୮୧୪ କୋଟି ଟଙ୍କା ରାଜସ୍ୱ ପାଇବେ।
ଏହି ୪୮୮.୩୫ Mhz ଏୟାରଓ୍ୱେଭ୍ ମଧ୍ୟରୁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ଜିଓ ୮୦୦, ୧୮୦୦ ଏବଂ ୨୩୦୦ Mhz ବ୍ୟାଣ୍ଡ କରିଛି। ଏଥିପାଇଁ ୫୭୧୨୨ କୋଟି ଖର୍ଚ୍ଚ କରିବ ଜିଓ। ସେହିପରି ଏୟାରଟେଲ ୩୫୫.୪୫ Mhz ଏୟାରଓ୍ୱେଭ୍ ପାଇଁ ୧୮୬୯୯ କୋଟି ଏବଂ ଭିଆଇ ୧୧.୮୦ Mhz ଏୟାରଓ୍ୱେଭ୍ ପାଇଁ ୧୯୯୩ କୋଟି ଖର୍ଚ୍ଚ କରିବ। ଏଥିପାଇଁ ସରକାର ୭୭୮୧୪ କୋଟି ରାଜସ୍ୱ ପାଇବେ।
ତେବେ ସମସ୍ତଙ୍କ ପ୍ରଶ୍ନ ଜିଓ କାହିଁକି ଅଧିକ ଟଙ୍କା ଦେଇ ଏତେ ସ୍ପେକ୍ଟ୍ରମ କିଣିଲା? ଟେଲିକମ ଦୁନିଆରେ ପାଦ ଥାପିବା ପରେ ନିଜର ରାଜୁତି ଜାହିର କରୁଥିବା ଅମ୍ୱାନୀଙ୍କ ଏହି କମ୍ପାନୀର ଭବିଷ୍ୟତ ଯୋଜନାକୁ ନେଇ ମଧ୍ୟ ଟେଲିକମ ବଜାରରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।
ନିକଟରେ କେନ୍ଦ୍ର ସରକାରର ତିନି ଆଇନକୁ ବିରୋଧ କରିବା ବେଳେ ଜିଓ ଟେଲିକମ ପ୍ରଭାବିତ ହୋଇଛି। ଦୁଇ ମାସର ରିପୋର୍ଟ ଯଦି ଦେଖିବା ଜିଓ ତୁଳନାରେ ଏୟାରଟେଲର ଗ୍ରାହକ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଜିଓର ନେଟଓ୍ୱର୍କ ଏବଂ ଇଣ୍ଟରନେଟ ସମସ୍ୟା ଥିବା ସାମ୍ନାକୁ ଆସିଛି।
ଏହାପରେ ଜିଓ ପ୍ରତିଦ୍ୱନ୍ଦୀ ଏୟାରଟେଲକୁ ଟକ୍କର ଦେବା ପାଇଁ ଅଧିକ ସ୍ପେକ୍ଟ୍ରମ କିଣିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜିଓ ପାଖରେ ଯେତିକି ସ୍ପେକ୍ଟ୍ରମ ଅଛି ସେ ତୁଳନାରେ ତାର ଗ୍ରାହକ ସଂଖ୍ୟା ଅଧିକ ରହିଛନ୍ତି। ତେଣୁ ଦୁର୍ବଳ ନେଟଓ୍ୱର୍କ ଓ ଧିମା ଇଣ୍ଟରନେଟର ଅଭିଯୋଗ ଆସୁଛି। ଏବେ ଅଧିକ ସ୍ପେକ୍ଟ୍ରମ କିଣିବା ପରେ ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ। ଏମିତିକି ବଜାରରେ ପୂର୍ବପରି ନିଜର ରାଜୁତି ଦେଖାଇପାରିବ ବୋଲି ଜିଓ ବିଶ୍ୱାସ ରଖିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି।
ତେବେ ଚଳିତଥର ଅଧିକ ସ୍ପେକ୍ଟ୍ରମ୍ ଜିଓ କିଣିଥିଲେ ମଧ୍ୟ ଦେଶର ପ୍ରଥମ ଘରୋଇ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍ ପାଖରେ ଏବେ ବି ଅଧିକ ସ୍ପେକ୍ଟ୍ରମ୍ ରହିଛି। ଏବେ ନୂଆ ସ୍ପେକ୍ଟ୍ରମ କିଣିବା ପରେ ଜିଓ ପାଖରେ ମୋଟ୍ ୧୭୧୭ Mhz, ଏୟାରଟେଲ ପାଖରେ ୨୧୦୭ Mhz ଏବଂ ଭିଆଇ ପାଖରେ ୧୭୬୮ Mhz ସ୍ପେକ୍ଟ୍ରମ ରହିଛି।
The post ଏୟାରଟେଲ୍ ଓ ଭିଆଇ ତୁଳନାରେ ଅମ୍ୱାନୀଙ୍କ ଜିଓ କାହିଁକି ଅଧିକ ସ୍ପେକ୍ଟ୍ରମ କିଣିଲା ? appeared first on Odisha Reporter.
from Odisha Reporter https://ift.tt/30hiKQZ
No comments:
Post a Comment