ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ

କଟକ (ଓଡ଼ିଶା ରିପୋର୍ଟର): ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପହରା ଦେଉଥିବା ସୁରକ୍ଷାକର୍ମୀ ହିଁ ସାଜିଲେ ଲୁଟରେ। ବନ୍ଧା ହେଲେ ହୋମଗାର୍ଡ। ରାତିରେ ଡ୍ୟୁଟି ବେଳେ ଜଣେ ବ୍ୟକ୍ତିଠାରୁ ଲୁଟିନେଲେ ହଜାର ଜହାର ଟଙ୍କା। ଏଭଳି ଘଟଣା ଘଟିଛି କଟକ ଦୋଳମୁଣ୍ଡାଇ ଅଞ୍ଚଳରେ। ଲୁଟ ଅଭିଯଗୋରେ ତିନି ହୋମଗାର୍ଡଙ୍କୁ କଟକ ବାଦାମମାଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିବା ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ଜଣ ହୋମଗାର୍ଡ ତାଙ୍କୁ ଅଟକାଇଥିଲେ। କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିଥିଲେ ଏବଂ ୫୦୦ ଟଙ୍କା ନେଇଥିଲେ।

ଏହାପରେ ବ୍ୟକ୍ତିଙ୍କ ପାଖରେ ଅଧିକ ଟଙ୍କା ଥିବା ଜାଣି ପାରି ତାଙ୍କ ପାଖରେ ଥିବା ୨୫ ହଜାର ଟଙ୍କା ଛଡାଇ ନେଇଥିଲେ।  ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏନେଇ ବାଦାମବାଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ହୋମଗାର୍ଡ ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

The post ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ appeared first on Odisha Reporter.



from Odisha Reporter https://ift.tt/2Pt6smx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages