ଘରେ ପ୍ରସ୍ତୁତ କରନ୍ତୁ ଖୁଆ ଚକୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଘରେ ପ୍ରସ୍ତୁତ କରନ୍ତୁ ଖୁଆ ଚକୁଳି

ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା ଓ ଚାଉଳ, କ୍ଷୀର, ଖୁଆ, ଚିନି, ମିଲ୍କମେଡ, କାଜୁ ବାଦାମ ଖଣ୍ଡ ଓ ଚେରି, ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୁଜି, ମଇଦା ଓ ଚାଉଳ ଚୂନାକୁ ମିଶାଇ ଏକ ଆଣ ପ୍ରସ୍ତୁତ କରି ରଖନ୍ତୁ। କ୍ଷୀରକୁ ଫୁଟାଇ ବହଳିଅ କରି ସେଥିରେ ଖୁଆ ଓ ଚିନି ପକାଇ ଏକ ପୁର ପ୍ରସ୍ତୁତ କରନ୍ତୁ।

ଚୁଲା ଲଗାଇ ଏକ କରେଇରେ କ୍ଷୀରକୁ ଗରମ କରି ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଚିନି ଓ ମିଲ୍କମେଡ ପକାଇ ଭଲ ଭାବେ ଫୁଟାନ୍ତୁ। ଏକ ବହଳ ରସ ହେବା ପରେ କରେଇକୁ ଚୁଲିରୁ ଓହ୍ଲାଇ ରଖନ୍ତୁ।

ଏହାପରେ ପ୍ୟାନ୍‌ରେ ତେଲ ଗରମ କରି ପ୍ରସ୍ତୁତ ଆଣ ଦେଇ ତା’ ଉପରେ କ୍ଷୀର ଓ ଖୁଆର ପୁରକୁ ଦେଇ ପିଠାକୁ ଗଢ଼ନ୍ତୁ। ଏହାପରେ କରେଇରେ ଥିବା କ୍ଷୀର ଓ ମିଲ୍କମେଡର ବହଳ ରସରେ ଗଢ଼ା ଯାଇଥିବା ଚକୁଳି ପିଠାକୁ ପକାନ୍ତୁ। ଶେଷରେ କାଜୁ ବାଦାମ ଖଣ୍ଡ ଓ ଚେରିକୁ ପକାଇ ସଜାଇ ପରଷନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ଖୁଆ ଚକୁଳି appeared first on Odisha Reporter.



from Odisha Reporter https://ift.tt/3ttEYft

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages