ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଦେଲେ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଦେଲେ ଇସ୍ତଫା

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସ୍ୱପନ ଦାସଗୁପ୍ତା।  ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନାରେ ବିଜେପି ତରଫରୁ ସ୍ୱପନ ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ହୁଗୁଳି ଜିଲ୍ଲାର ତରକେଶ୍ୱର ବିଧାନସଭା ନିର୍ବାଚନୀ ମଣ୍ଡଳ ଟିକେଟ ପ୍ରଦାନ କରିଛି।

ତେବେ ଏହା ପୂର୍ବରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଟିଏମ୍‌ସି ପ୍ରଶ୍ନ ଉଠାଇଥିଲା। ସ୍ୱପନ ଦାସଗୁପ୍ତା ଜଣେ ନିର୍ଦ୍ଦଳୀୟ ସାଂସଦ ହୋଇଥିବା ବେଳେ କିପରି ବିଜେପି ପକ୍ଷରୁ ସେ ନିର୍ବାଚନ ଲଢ଼ିପାରିବେ ବୋଲି ଟିଏମ୍‌ସି ପ୍ରଶ୍ନ କରିଥିଲା।  ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଅଭିଯୋଗ ଉଠାଇ କହିଥିଲେ ଯେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ସ୍ୱପନ ଦାସଗୁପ୍ତ ଅଯୋଗ୍ୟ ଅଟନ୍ତି।

ସେ କହିଥିଲେ ସମ୍ବିଧାନର ଅଯୋଗ୍ୟତା ନିୟମ-୩ ଅନୁସାରେ ମନୋନୀତ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିବାର ୬ ମାସ ପରେ ସେ ଯଦି ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଏହି ଧାରା ସ୍ୱପନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ।

The post ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଦେଲେ ଇସ୍ତଫା appeared first on Odisha Reporter.



from Odisha Reporter https://ift.tt/3liW5Ob

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages