ବାଟଲା ହାଉସ ମାମଲା, ଅଭିଯୁକ୍ତ ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ବାଟଲା ହାଉସ ମାମଲା, ଅଭିଯୁକ୍ତ ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୦୮ ମସିହା ଦିଲ୍ଲୀ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ରାୟ ଶୁଣାଇଛନ୍ତି ଦିଲ୍ଲୀର ସାକେତ କୋର୍ଟ। ସୋମବାର ରାୟ ଶୁଣାଣି କରି କୋର୍ଟ ଅଭିଯୁକ୍ତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀର ହୋଇଥିବା ଏହି ସିରିଏଲ ବ୍ଲାଷ୍ଟ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନକୁ ୧୩ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ବିଚାରପତି ସନ୍ଦୀପ ଯାଦବଙ୍କ କୋର୍ଟରେ ଆରିଜକୁ ହାଜର କରାଯାଇଥିଲା। ବିଚାରପତି କହିଥିଲେ ୧୯ ସେପ୍ଟେମ୍ବର ୨୦୦୮ରେ ଆରିଜ ନିଜ ସହକର୍ମୀଙ୍କ ସହ ମିଶି ବାଟଲା ହାଉସରେ ଉପସ୍ଥିତ ଥିଲା। ପରେ ଉପସ୍ଥିତ ପୁଲିସ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲା ଆରିଜ। ତେବେ ଏହି ମାମଲାରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ଏବଂ ହେଡ କନଷ୍ଟେବଳ ବଲୱନ୍ତଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବରଖାସ୍ତ କରାଯାଇଥିଲା ବୋଲି କୋର୍ଟ କହିଛନ୍ତି। ମାର୍ଚ୍ଚ ୧୫ ରେ କୋର୍ଟ ଏହି ମାମଲାର ଦଣ୍ଡବିଧାନ ଶୁଣାଇବେ।

ଦଣ୍ଡବିଧାନ ଶୁଣାଣି ବେଳେ ଏହି ଘଟଣାରେ ମୃତକଙ୍କ ପରିବାରକୁ କେତେ କ୍ଷତିପୂରଣ ଦିଆଯାଇଛି କେତେ କ୍ଷତିପୂରଣ ପ୍ରଦାନ କରାଯିବ, ଦୋଷୀ କେତେ କ୍ଷତିପୂରଣ ଦେବ ଏ ସମସ୍ତ ଉପରେ ବିଚାରପତି ରାୟ ଶୁଣାଇବେ।

ଆରିଜ ଖାନ ନାଁରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ରହିଛି। ଏଭଳି ଆତଙ୍କ ସୃଷ୍ଟି କରି ଆରିଜ ୧୬୫ ଜଣଙ୍କର ଜୀବନ ନେଇଥିବା ଅଭିଯୋଗ ରହିଛି। ଏମିତିକି ବୋମା ତିଆରି କରି ବାହାରକୁ ବେଆଇନ୍ ଭାବରେ ଆରିଜ ଏକ୍ସପୋର୍ଟ କରୁଥିବାର ମଧ୍ୟ ଅଭିଯୋଗ ରହିଛି। ୨୦୦୭ରେ ୟୁପି, ୨୦୦୮ରେ ଅହମଦାବାଦ ଏବଂ ଜୟପୁରରେ ସିରିଏଲ ବ୍ଲାଷ୍ଟ କରିଥିବାର ଅଭିଯୋଗ ଆରିଜ ନାଁରେ ରହିଛି।

ସୂଚନାଯୋଗ୍ୟ, ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଆରିଜ ଖାନ୍ ଏନକାଉଣ୍ଟର ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ହେଲେ ସେ ଖସିଯିବାରେ ସଫଳ ହୋଇଥିଲା। ଏହି ଘଟଣାର ୧୦ ବର୍ଷ ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଫେବୃଆରୀ ୨୦୧୮ରେ ଆରିଜକୁ ଗିରଫ କରିବାରେ ସଫଳ ହୋଇଥିଲା। ଏନକାଉଣ୍ଟର ବେଳେ ଆରିଜ ଶହଜାଦ ପୁଲିସ ଉପରକୁ ଫାଇରିଂ କରି ଖସି ପଳାଇବାରେ ସଫଳ ହୋଇଥିଲା। ଆରିଜ ନେପାଳରେ ସଲିମ ନାମରେ ଛଦ୍ମ ନାଁରେ ପାସପୋର୍ଟ ତିଆରି କରି ରହୁଥିଲା। ସେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲା।

୧୩ ସେପ୍ଟେମ୍ୱର ୨୦୦୮ରେ ଦିଲ୍ଲୀରେ ହୋଇଥିବା ଏହି ସିରିଏଲ ବ୍ଲାଷ୍ଟ ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୩ ଜଣ ଆହତ ହୋଇଥିଲେ।

The post ବାଟଲା ହାଉସ ମାମଲା, ଅଭିଯୁକ୍ତ ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ appeared first on Odisha Reporter.



from Odisha Reporter https://ift.tt/3sXGBBJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages