ଦିଲ୍ଲୀ ଗଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଇସ୍ତଫା ଦେବା ନେଇ ବଢ଼ିଲା ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ଦିଲ୍ଲୀ ଗଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଇସ୍ତଫା ଦେବା ନେଇ ବଢ଼ିଲା ଚର୍ଚ୍ଚା

ଡେରାଡୁନ: ଉତ୍ତରାଖଣ୍ଡ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଶାସକ ଦଳ ବିଜେପିରେ ବଢ଼ୁଥିବା ଅସନ୍ତୋଷ ଏହି ପରିବର୍ତ୍ତନର କାରଣ ବୋଲି କୁହାଯାଉଛି। ସୋମବାର ହଠାତ୍ ରାଜ୍ୟ ବିଜେପିର କୋର ଗ୍ରୁପ ବୈଠକ ବସିଛି। ଯାହାକି ଉତ୍ତରାଖଣ୍ଡ ରାଜନୀତିକୁ ଆହୁରି ସରଗରମ କରିଛି। ଅନ୍ୟପଟେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ ଗସ୍ତ କରିଛନ୍ତି।

ନିକଟରେ ରାଜ୍ୟରେ ବିଜେପି ନେତାଙ୍କ ମଧ୍ୟରେ କନ୍ଦଳ ବଢ଼ିବା ପରେ ଦୁଇ ପର୍ଯ୍ୟବେକ୍ଷକ ଦୁଷ୍ୟୁନ୍ତ କୁମାର ଗୌତମ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜେପି ସଭାପତିଙ୍କୁ ବୈଠକ ବାବଦରେ ଅବଗତ କରାଇଛନ୍ତି।

ଏହାପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ବିଜେପିର ୧୦ ବିଧାୟକ ଏବଂ ୪ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏଭଳି ହେଲେ ଦଳର ବପର୍ଯ୍ୟୟ ହୋଇପାରେ ବୋଲି ଅସନ୍ତୁଷ୍ଟ ନେତା ପ୍ରକାଶ କିରଥିଲେ। ଆଉ ଉତ୍ତରାଖଣ୍ଡରେ ବିଜେପିର ମୂଳ ସ୍ଥିତି ଜାଣିବା ପାଇଁ ବିଜେପି ଦୁଇ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ପଠାଇଥିଲା।

ପର୍ଯ୍ୟବେକ୍ଷକ ଟିମ୍ ଯେଉଁ ରିପୋର୍ଟ ଦେଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ନେତା ଅସନ୍ତୁଷ୍ଟ ଥିବା ସୂଚନା ରହିଛି। ଏମିତିକି କୁମ୍ଭ ମେଳା ପ୍ରସ୍ତୁତିକୁ ନେଇ କେନ୍ଦ୍ର ବିଜେପି ଅସନ୍ତୁଷ୍ଟ ରହିଛି। କାରଣ ଏହି ମେଳା ଦ୍ୱାରା ବିଜେପି ଲୋକଙ୍କୁ ଖୁସି କରାଇବାକୁ ଚାହୁଁଛି। ଏମିତି ହେଲେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଳେ ବିଜେପି ଅଧିକ ଭୋଟ୍ ପାଇପାରିବ ବୋଲି ଦଳ ଆଶା ରଖିଛି।

The post ଦିଲ୍ଲୀ ଗଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଇସ୍ତଫା ଦେବା ନେଇ ବଢ଼ିଲା ଚର୍ଚ୍ଚା appeared first on Odisha Reporter.



from Odisha Reporter https://ift.tt/2PJ9of3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages