ବିଭତ୍ସ ହତ୍ୟା; ନଦୀ ପଠାରୁ ମିଳିଲା କଟା ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ବିଭତ୍ସ ହତ୍ୟା; ନଦୀ ପଠାରୁ ମିଳିଲା କଟା ମୁଣ୍ଡ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ବନ୍ଧପାଲି ନିକଟ ଇବ ନଦୀ ପଠାରୁ ଜଣେ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଏବଂ ଗଣ୍ଡି ମିଳିଛି । କେହି ଅତି ନୃଶଂସ ଭାବେ ହତ୍ୟା କରି ଯୁବକଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ିଥିବା ଅନୁମାନ କରାଯାଇଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ତଥା ଶରୀରର ଅନ୍ୟ ଅଂଶ ମିଳିପାରି ନାହିଁ।

ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଭବାଣୀପୁରର  ଗାଁ ସାଥୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର  ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ହୋଇଛି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ରାତିରେ ଇବ ନଦୀ ପଠାରୁ ସଦର ଥାନା ପୁଲିସ୍‌ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରିଛି। ହେଲେ ଏଯାଏ ମୃତକଙ୍କ ୨ ହାତ, ଗୋଟିଏ ଗୋଡ଼, ଛାତି ଅଂଶ ମିଳିପାରିନାହିଁ। କେହି ଅତି ନୃଶଂସ ଭାବରେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କାଟି ନଦୀ ପଠାରେ ଫୋଫାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି। ଆଜି  ଅନ୍ୟ ଅଙ୍ଗ ସବୁ ଖୋଜା ଯିବ ।

The post ବିଭତ୍ସ ହତ୍ୟା; ନଦୀ ପଠାରୁ ମିଳିଲା କଟା ମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/3kJxBxl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages