ମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇ ଅଡ଼ୁଆରେ ସ୍ୱାସ୍ଥ୍ୟ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇ ଅଡ଼ୁଆରେ ସ୍ୱାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ: ସୋମବାର ପାଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ଟିକାର ପ୍ରଥମ ଡୋଜ ନେଇଛନ୍ତି କର୍ଣ୍ଣାଟକର କୃଷି ମନ୍ତ୍ରୀ ବିସି ପାଟିଲ୍ ଏବଂ ତାଙ୍କ ସ୍ତ୍ରୀ ହିରେକେରୁର ପାଟିଲ। ନିଜେ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଘରେ ଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ ଆସି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇଥିବା ଟ୍ୱିଟ୍ କରି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।

କାରଣ ଏଭଳି ପ୍ରକ୍ରିୟା କୋଭିଡ୍ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଘରେ କାହାରିକୁ ଟିକା ଦିଆଯାଇପାରବନି ବୋଲି ନିୟମ ରହିଛି। ସରକାରୀ ଟିକାକରଣ କେନ୍ଦ୍ର ବା ଘରୋଇ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେବାକୁ ହେବ ବୋଲି ନିୟମ ରହିଛି। ଏବେ କର୍ଣ୍ଣାଟକାରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅରୁଦ୍ଧତି ଚନ୍ଦ୍ରଶେଖର ହାବେରୀର ଡାକ୍ତର ଜୟାନନ୍ଦ ଏମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜୟା ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇଥିଲେ।

ନିର୍ଦ୍ଦେଶକ କହିଛନ୍ତି, ଏଭଳି ହେବା ସରକାରୀ ନିୟମକୁ ଉଲ୍ଲଂଘନ କରୁଛି। ଏଥିସହ ସ୍ୱାସ୍ଥ୍ୟ ଅଧିକାରୀ ଏଥିପାଇଁ ବଦନାମ ହୋଇଛନ୍ତି। ଯଦି ସ୍ୱାସ୍ଥ୍ୟ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ତେବେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର ସମେତ ବିଭିନ୍ନ ବର୍ଗର ଲୋକ ଏଭଳି ଟିକାକରଣକୁ ସମାଲୋଚନା କରିଛନ୍ତି। ଏହାପରେ କୃଷି ମନ୍ତ୍ରୀ ଜବାବରେ କହିଛନ୍ତି ଘରେ ଟିକା ନେବା ନିଷ୍ପତ୍ତି ଭୁଲ୍ ନୁହେଁ।

The post ମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଟିକା ଦେଇ ଅଡ଼ୁଆରେ ସ୍ୱାସ୍ଥ୍ୟ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/3bfhynS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages