ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ ।

ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ ସେଥିପାଇଁ ଘନ ଘନ ବୈଠକ କରାଯାଉଛି।  ନୂଆପଡା ସିଡିଏମଓ, ବ୍ଲକ ପ୍ରଶାସନ, ସିନାପାଲି ତହସିଲଦାର, ସିଡିପିଓ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ବାବଦରେ ଆଲୋଚନା କରିଛନ୍ତି।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗାଁକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଁକୁ କଣ୍ଟେନମେଂଟ୍ ଜୋନ ଘୋଷଣା କରାଯିବା ସମ୍ଭାବନା ରହିଛି।  ପୁରା ଗାଁକୁ ସାନିଟାଇଜ କରାଯାଇଛି।  ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଗାଁର ଦୁଇ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଛି ।  ଆଜି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ କରିଛନ୍ତି ସରପଞ୍ଚ ।

The post ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3d8KRba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages