ସୋର (ଶଶିକାନ୍ତ ବେହେରା): ସେ ଖଳନାୟକ ହୋଇ ନାୟକ ଓ ନାୟିକାଙ୍କ ଖେଳ ବିଗାଡ଼ୁଥିଲେ। ଏକଦା ରଙ୍ଗ ମଞ୍ଚରେ ଉସ୍ତାଦ ଖିଲାଡି ସାଜିଥିବା ସେହି ଚରିତ୍ରର ଚିତ୍ର ଆଜି ବଦଳି ଯାଇଛି। ବାସ୍ତବ ଜୀବନରେ ସେହି ଖେଳରେ ସେ ନିଜେ ମୋହରା ହୋଇଯାଇଛନ୍ତି। ପ୍ରାଣପ୍ରିୟାଙ୍କୁ ହରାଇ ଆଜି ସେ ପାଗଳ ପ୍ରାୟ। ଆଉ ଅନ୍ଧାରୀ ଘର ଭିତରେ ସାତ ଜନମର ସାଥୀର ଫେରିବା ବାଟକୁ ଅନାଇ ବସିଛନ୍ତି। ସେ ହେଉଛନ୍ତି ଯାତ୍ରା କଳାକାର ଉପେନ୍ଦ୍ର ମଳିକ।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ମଛଦା ଗାଁରେ ରହନ୍ତି ଉପେନ୍ଦ୍ର ମଳିକ। ପେସାରେ ଜଣେ ଅଭିନେତା। ଜୀବନ କାଳରେ ଅନେକ ନାଟକରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ନାୟକ ଓ ନାୟିକାଙ୍କ ଖେଳକୁ ଓଲଟପାଲଟ୍ କରୁଥିବା ଉପେନ୍ଦ୍ର ୧୯୯୦ ମସିହାରେ କ୍ଲିନ୍ବୋଲ୍ଡ ହୋଇଥିଲେ। ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଥିବା ସରୋଜିନୀ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦାମ୍ପତ୍ୟ ଜୀବନ ବେଶ୍ ସୁଖମୟ ଥିଲା। ଉପେନ୍ଦ୍ର ଗାଉଁଲି ଯାତ୍ରାରେ ଅଭିନୟ କରୁଥିବା ବେଳେ ସରୋଜିନୀ ଅଙ୍ଗନବାଡ଼ିରେ କାମ୍ କରି ବେଶ ଖୁସିରେ ଥିଲେ। ଉଭୟଙ୍କର୨ଟି ପିଲା ମଧ୍ୟ ଅଛନ୍ତି।
୨୦୦୯ ମସିହାରେ ଉପେନ୍ଦ୍ରଙ୍କ ସାତ ଜନମର ସାଥୀ ସରୋଜିନୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେ ଭାଙ୍ଗି ପଡ଼ିଲେ। ପତ୍ନୀଙ୍କୁ ହରାଇବା ପରେ ସେ ନିଜର ମାନସିକ ସନ୍ତୁଳନ ହରାଇ ବସିଲେ। କୌଣସି ସ୍ତ୍ରୀ ଲୋକଙ୍କୁ ଦେଖିଲେ ଗାଳି କରୁଥିଲେ। ଗହଳି ଚହଳିଠାରୁ ସବୁବେଳେ ରହୁଥିଲେ।
ବାପାଙ୍କ ଏ ଅବସ୍ଥା ଦେଖି ପୁଅମାନେ ତାଙ୍କୁ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ମାତ୍ର ସେ ଔଷଧ ଖାଉ ନଥିବାରୁ ମାନସିକ ସ୍ଥିତି ଦିନକୁ ଦିନ ଆହୁରି ବିଗିଡ଼ିବାରେ ଲାଗିଲା। ଆଉ ଦୀର୍ଘ ୫ ବର୍ଷ ଧରି ସେ ଅନ୍ଧାର କୋଠରୀରେ ଜୀବନ କାଟୁଛନ୍ତି। ଆଲୁଅ ଓ ଲାଇଟ୍କୁ ଦେଖିଲେ ଡରୁଛନ୍ତି। ଘରୁ ବାହାରୁ ନାହାନ୍ତି। ସେହି ଘର ଭିତରେ ଶୌଚ ମଧ୍ୟ ହେଉଛନ୍ତି। ବାହାର ଲୋକଙ୍କୁ ଘର ଭିତରକୁ ପଶିବାକୁ ଦେଉନାହାନ୍ତି। ଯିଏ ସେହି ଘରେ ପଶୁଛି, ତାଙ୍କୁ ସେ ଗାଳି ଦେଉଥିବା ତାଙ୍କ ପୁଅ କହିଛନ୍ତି।
ଉପେନ୍ଦ୍ରଙ୍କ ସଂପର୍କୀୟ ସୁରେନ୍ଦ୍ର ମଳିକ କହିଛନ୍ତି-“ଚାରି ପୁଅଙ୍କ ଭିତରୁ ଉପେନ୍ଦ୍ର ହେଉଛି ବଡ଼। ବୋହୂର ମୃତ୍ୟୁ ପରେ ସେ ପାଗଳ ହୋଇଛି। ଲୋକଙ୍କୁ ଦେଖିଲେ ଗାଳି ଦେଉଛି। ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି, ତାକୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉ।”
The post ସ୍ୱର୍ଗରୁ ଓହ୍ଲାଇ ଆସ ପ୍ରାଣ ପ୍ରିୟା, ମୁଁ ତୁମ ପାଇଁ ପାଗଳ appeared first on Odisha Reporter.
from Odisha Reporter https://ift.tt/2OQrQSI
No comments:
Post a Comment