ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗ୍ୟାସ୍ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ କଟକ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଅନୁଗୋଳର ଜରପଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଆମ୍ବୁଲାନ୍ସଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୩ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନୁଗୋଳ ଏସ୍ପି ଜଗମୋହନ ମୀନା କହିଛନ୍ତି, ୪ଟି ଯାକ ମୃତଦେହକୁ ଜବତ କରାଯାଇଛି। ତା’ସହିତ ଟ୍ୟାଙ୍କରଟିକୁ ମଧ୍ୟ ଜବତ କରାଯାଇଛି। ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖାଯାଇଛି।
The post ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3cPEidz
No comments:
Post a Comment