ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନ ଅତିକ୍ରମ କରିଛି। ରବିବାର ରାତିରେ କିନ୍ତୁ ଆନ୍ଦୋଳନରତ ସ୍ଥାନରେ ଫାଇରିଂ ହୋଇଥିବା ସୂଚନା ରହିଛି। କିଏ କରିଛି ଏ ବାବଦରେ ସୂଚନା ମିଳିନାହିଁ। ହେଲେ କାରରେ ତିନି ଚାରି ଜଣ ଆସି ଫାଇରିଂ କରି ପଳାଇଥିବା ଆନ୍ଦୋଳନରତ ଚାଷୀ କହିଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ହଜାର ହଜାର ମହିଳା ଚାଷୀ ଆନ୍ଦୋଳନରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଦୁର୍ବୃତ୍ତ ମାନେ ଫାଇରିଂ କରିଥିବାରୁ ପୁଲିସ ଏବେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି।
ହରିଆଣାର ସିଘୁଂରେ ଆନ୍ଦୋଳନରତ ଚାଷୀ କହିଛନ୍ତି, ରାତିରେ ଖାଇବା ବେଳେ ଏହି ଫାଇରିଂ ହୋଇଛି। ଚାରି ଜଣ ଲୋକ କାରରେ ଆସିଥିଲେ। ଏହାପରେ ଆଖୁବୁଜା ତିନି ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ସେହି ସ୍ଥାନ ଛାଡ଼ି ପଳାଇଥିଲେ।
ପୁଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଯେଉଁ କାରରେ ଦୁର୍ବୃତ୍ତ ମାନେ ଆସିଥିଲେ ସେହି କାରର ନମ୍ୱର ପଞ୍ଜାବର। ତେଣୁ ପଞ୍ଜାବର ଦୁର୍ବୃତ୍ତ ହୋଇପାରନ୍ତି ବୋଲି ପୁଲିସ ଆକଳନ କରିଛି। ହେଲେ ସେହି ଗାଡ଼ିରେ ଲାଗିଥିବା ନମ୍ୱର ଅସଲି କି ନକଲି ତାହା ମଧ୍ୟ ତଦନ୍ତସାପେକ୍ଷ। ଯାହାକୁ ଏବେ ପୁଲିସ ତଦନ୍ତ କରୁଛି। ରାତିରେ ଫାଇରିଂ ପରେ ହରିଆଣାର କୁଣ୍ଡଲି ପୁଲିସ ସଂପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ନଭେମ୍ୱର ୨୫ରୁ ଆରମ୍ଭ ହୋଇଛି ଏହି ଚାଷୀ ଆନ୍ଦୋଳନ। ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶର ହଜାର ହଜାର ଚାଷୀ ଆସି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। କେନ୍ଦ୍ରର ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି। ଏମିତିକି ବିଭିନ୍ନ ଚାଷରେ ଏମଏସପି ଲାଗୁ କରିବା ପାଇଁ ଆନ୍ଦୋଳନରତ ଚାଷୀ ଦାବି କରିଛନ୍ତି। ହେଲେ କେନ୍ଦ୍ର ସରକାର କୃଷି ଆଇନକୁ ରଦ୍ଦ କରିବା ବଦଳରେ ସଂଶୋଧନ ପାଇଁ ରାଜି ହୋଇଛନ୍ତି।
ଏମିତିକି ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ବିରୋଧରେ ଏହି ଆନ୍ଦୋଳନରତ ଚାଷୀ ପ୍ରଚାର କରିବେ ବୋଲି ଧମକ ଦେଇଛନ୍ତି।
The post ରାତିରେ ଖାଉଥିଲେ ଚାଷୀ, ହଠାତ୍ ଫୁୁଟିଲା ଗୁଳି appeared first on Odisha Reporter.
from Odisha Reporter https://ift.tt/3kVkF7w
No comments:
Post a Comment