କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଘରେ ପଶି ଭଙ୍ଗାରୁଜା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଘରେ ପଶି ଭଙ୍ଗାରୁଜା କଲେ

ବାଲୁଗାଁ‍(ଓଡ଼ିଶା ରିପୋର୍ଟର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ଘଟିଲା ତୁମୁଳକାଣ୍ଡ । କଲେଜ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ସହ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୪ଟା ସମୟରେ ଛାତ୍ରୀଜଣକ ଘରକୁ ଫେରୁଥିବା ବେଳେ ଉକ୍ତ ଗାଁର ବିନାୟକ ବେହେରା ତାଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀଜଣକ ଏନେଇ ଘରେ ଜଣାଇଥିଲେ। ପରେ ସନ୍ଧ୍ୟା ସମୟରେ ବିନାୟକଙ୍କ ସମେତ ସାହିର କିଛି ଲୋକ ଛାତ୍ରୀଙ୍କ ଘରେ ପଶି ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ ଆସବାବପତ୍ର, ବାଇକ୍‌ ଆଦି ଭଙ୍ଗାରୁଜା କରିଥିଲେ।

ଏ ନେଇ ବାଲୁଗାଁ ଥାନାରେ ମାମଲା ହୋଇଛି । ପୁଲିସ୍‌ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିନ୍ତୁ ଏହି ଅଭିଯୋଗକୁ ଗ୍ରାମବାସୀ ଖଣ୍ଡନ କରିବା ସହ ଛାତ୍ରୀଙ୍କ ପରିବାର ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି।

The post କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଘରେ ପଶି ଭଙ୍ଗାରୁଜା କଲେ appeared first on Odisha Reporter.



from Odisha Reporter https://ift.tt/3r7v9TH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages