ବିଚାରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ପଠାଇ ଜେଲ ଗଲେ ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

ବିଚାରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ପଠାଇ ଜେଲ ଗଲେ ଓକିଲ

ଭୋପାଲ: ଜନ୍ମଦିନରେ ସମସ୍ତେ ଶୁଭେଚ୍ଛା ପଠାଇବା ସହ ଗିଫ୍ଟ ମଧ୍ୟ ଦେଇଥାନ୍ତି। କିନ୍ତୁ ଏହି ଶୁଭକାମନା ଜଣଙ୍କ ପାଇଁ ବେଶ୍ ମହଙ୍ଗା ପଡିଛି। ବିଚାରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ପଠାଇ ଫସି ଯାଇଛନ୍ତି ଜଣେ ଓକିଲ। ବନ୍ଧା ହୋଇ ସେ ଏବେ ଦୀର୍ଘ ୨୩ ଦିନ ହେବ ଜେଲରେ ଅଛନ୍ତି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମ ଅଞ୍ଚଳରେ। ଆଇଟି ଆକ୍ଟ ଜରିଆରେ ଉକ୍ତ ଓକିଲଙ୍କୁ ଗତ ଫେବ୍ରୁଆରୀ ୯ ତାରିଖରୁ ଗିରଫ କରାଯାଇଛି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ମୁତାବକ, ଉକ୍ତ ଓକିଲ ଜଣକ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଗତ ୨୮ ଜାନୁଆରୀ ରାତି ପ୍ରାୟ ୧.୧୧ ମିନିଟରେ ଇ-ମେଲ ଜରିଆରେ ଜନ୍ମ ଦିନ ଶୁଭକାମନା ପଠାଇଥିଲେ। ଏହାପରେ ସ୍ପିଡ ପୋଷ୍ଟ କରିଥିଲେ। ଅଭିଯୋଗ ମୁତାବକ, ୩୭ ବର୍ଷୀୟ ବିଜୟ ସିଂହ ଯାଦବ କଥିତ ରୂପେ ବିନା ନୁମତିରେ ଫେସବୁକ ଆକଉଣ୍ଟରେ ମାଜିଷ୍ଟ୍ରେଟଙ୍କ ଏକ ପ୍ରୋଫାଇଲ ଡାଉନଲୋଡ କରି ତାଙ୍କୁ ଅଶ୍ଳୀଲ ବାର୍ତ୍ତା ରୂପେ ଶୁଭକାମନା ପଠାଇଥିଲେ।

ରତଲାମ ଜିଲ୍ଲାର ସିଷ୍ଟମ ଅଫିସର ମହେନ୍ଦ୍ର ସିଂହ ଚୌହାନଙ୍କ ଅଭିଯୋଗ ଆଧାରରେ ଫେବ୍ରୁଆରୀ ୮ ତାରିଖରେ ଷ୍ଟେସନ ରୋଡ ପୁଲିସ ଏନେଇ ଏକ ମାମଲା ରୁଜୁ କରିଥିଲା। ଏହାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବା, ଜାଲିଆତି ଓ ଆଇଟି ନିୟମ ଭଙ୍ଗ କରିବା ଆଦି ଅଭିଯୋଗରେ ବିଜୟ ସିଂହ ଯାଦବଙ୍କୁ ପୁଲିସ ତାଙ୍କୁ ଘରୁ ଉଠାଇ ନେଇଥିଲା। ଏପରିକି ଗିରଫର ୪ ଦିନ ପରେ ଯାଦବଙ୍କ ଜାମିନ ଆବେଦନକୁ ମଧ୍ୟ ନିମ୍ନ ଅଦାଲତ ଖରାଜ କରିଦେଇଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୩ରେ ହେବ। ସପଟେ ଜାମିନ ପାଇଁ ଯାଦବଙ୍କ ପରିବାର ଲୋକେ ମଧ୍ୟପ୍ରଦେଶ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

The post ବିଚାରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ପଠାଇ ଜେଲ ଗଲେ ଓକିଲ appeared first on Odisha Reporter.



from Odisha Reporter https://ift.tt/380bU6U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages