ହେଲମେଟ ଚେକିଂ ନାଁରେ ଥାର୍ଡ ଡିଗ୍ରୀ; କନଷ୍ଟେବଳଙ୍କ ଚାକିରି ଗଲା ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

ହେଲମେଟ ଚେକିଂ ନାଁରେ ଥାର୍ଡ ଡିଗ୍ରୀ; କନଷ୍ଟେବଳଙ୍କ ଚାକିରି ଗଲା ‌

କରଞ୍ଜିଆ(ଦୀପକ କୁମାର ମହନ୍ତ): ମୟୂରଭଞ୍ଜ ଜିଲ୍ଲାରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଅତିଷ୍ଠ ହେଲେଣି ସାଧାରଣ ଲୋକ।  ଶରତ ଥାନାର ମହିଳା ପୁଲିସ ଅଧିକାରୀ  ଜଣେ ଗର୍ଭବତୀ ମହିଳାଙ୍କୁ ୩ କି.ମି. ଚାଲି କରି ଯିବାକୁ  ବାଧ୍ୟ କରି ନିଲମ୍ବିତ ହେବାର ୨୪ ଘଣ୍ଟା ନ ପୂରୁଣୁ କରଞ୍ଜିଆରେ ଦେଖାଦେଲା ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ।

ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ୍‌ର ଲାଠି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାରୁ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି ।

ଗତକାଲି ସନ୍ଧ୍ୟାରେ କରଞ୍ଜିଆ ସାହାରାପଡ଼ା ବାଇପାସ୍ ଛକରେ ପୁଲିସ୍‌ ପକ୍ଷରୁ ହେଲମେଟ୍ ଓ ମାସ୍କ ଚେକିଂ ହେଉଥିଲା । ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ଯାଉଥିବା ବେଳେ ପୁଲିସ୍‌ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳ ଲୋକେ ଏକାଠି ହୋଇ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ।

ସଂପୃକ୍ତ ପୁଲିସ୍‌  କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଡ଼ି ବସିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ପରେ ପୁଲିସ୍‌ର ଉଚ୍ଚ ଅଧିକାରୀ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଆଲୋଚନା ପରେ ଉତ୍ତଜନା ହ୍ରାସ ପାଇଥିଲା ।

ଘଟଣା ପରେ ଅଭିଯୁକ୍ତ କନଷ୍ଟେବଳ ଆର.କେ. ସିଂହକୁ ମୟୂରଭଞ୍ଜ ଏସପି କାର୍ଯ୍ୟରୁ ନିଲମ୍ବନ କରିଥିବା ବେଳେ ଡ୍ରାଇଭର ମାନସ କୁମାର ସ୍ୱାଇଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ହେଲମେଟ ଚେକିଂ ଆଳରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ୩ କି.ମି ଚାଲିବାକୁ ବାଧ୍ୟ କରିଥିଲେ ଥାନା ଅଧିକାରିଣୀ ରୀନା ବକ୍ସଲା। ସ୍ୱାମୀଙ୍କ ସହ ଗତ ବୁଧବାର ବାଇକ୍‌ରେ ଯାଉଥିବା ଗର୍ଭବତୀ ପତ୍ନୀ ହେଲମେଟ ପିନ୍ଧି ନ ଥିବାରୁ ପୁଲିସ୍‌ ସ୍ୱାମୀଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଗଲା। ମାତ୍ର ଯେତେ ନେହୁରା ହେଲେ ବି ତାଙ୍କ ପତ୍ନୀଙ୍କୁ ନ ନେବାରୁ ସେ ଚାଲି ଚାଲି ୩ କିମି ଯିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପ୍ରଘଟ ହେବାପରେ ମୟୂରଭଞ୍ଜ ଏସ୍‌ପି  ଘଟଣାର ତଦନ୍ତ କରି ଉକ୍ତ ରାତିରେ ତୁରନ୍ତ ଶରତ ଥାନା ଅଧିକାରିଣୀଙ୍କୁ ନିଲମ୍ବିତ କରିଛନ୍ତି।

The post ହେଲମେଟ ଚେକିଂ ନାଁରେ ଥାର୍ଡ ଡିଗ୍ରୀ; କନଷ୍ଟେବଳଙ୍କ ଚାକିରି ଗଲା ‌ appeared first on Odisha Reporter.



from Odisha Reporter https://ift.tt/3rAo51l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages