ପାର୍କ ଭିତରୁ ମିଳିଲା ବିଜେପି ନେତାଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

ପାର୍କ ଭିତରୁ ମିଳିଲା ବିଜେପି ନେତାଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ

ନୂଆଦିଲ୍ଲୀ: ପାର୍କ ଭିତରୁ ମିଳିଲା ବିଜେପି ନେତାଙ୍କ ଝୁଲନ୍ତା ମୃତଦେହ। ଦିଲ୍ଲୀର ସୁଭାଷ ନଗର ସ୍ଥିତ ଏକ ପାର୍କର ଗ୍ରୀଲ୍‌ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ୫୮ ବର୍ଷୀୟ ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ଜି ଏସ୍‌ ବାୱା। ସେ ଆତ୍ମହତ୍ୟା କରିଥିବା ସନ୍ଦହେ କରାଯାଉଛି। ସେପଟେ ଏହି ଖବର ସାମ୍ନାକୁ  ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନା ମୁତାବକ, ୫୮ ବର୍ଷୀୟ ଏହି ବିଜେପି ନେତା ଜଣକ ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଲୋକେ ପାର୍କରେ ବୁଲିଥିବା ବେଳେ ପାର୍କର ଗ୍ରୀଲରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାୱାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା । ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ଯାଞ୍ଚ ଜାରି ରଖିଛି ଦିଲ୍ଲୀ ପୁଲିସ ।

ତେବେ ମୃତଦେହ ନିକଟରୁ କୌଣସି ସୁଇସାଇଡାଲ୍ ନୋଟ୍ ମିଳିନାହିଁ । ମୃତ ଜି.ଏସ ବାୱା ବିଜେପିର ପଶ୍ଚିମ ଦିଲ୍ଲୀର ପ୍ରତିନିଧିତ୍ୱ କରୁଥିଲେ । ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।  ପୁଲିସ କିନ୍ତୁ ସେ କେଉଁ କାରଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ବିଜେପିର ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱି ରୂପେ ତେଜିନ୍ଦର ସିଂହ ବଗା ଓରଫ ଜିଏସ୍‌ ବାୱା ଚର୍ଚ୍ଚାକୁ ଆସିଥିଲେ।

The post ପାର୍କ ଭିତରୁ ମିଳିଲା ବିଜେପି ନେତାଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ appeared first on Odisha Reporter.



from Odisha Reporter https://ift.tt/39sOwj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages