ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ।

ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର।

ଆଜି ଠାକୁରଙ୍କ ହୋଲି ଖେଳ ପରେ ଆଉ ଦୁଇ ଜଣଙ୍କ ସହ ମିଶି ସୌମ୍ୟ ଓ ସ୍ମୃତି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଏହି ଦୁଇ ଜଣ ଗଭୀର ଜଳକୁ ଚାଲି ଯାଇଥିଲେ। ଅନ୍ୟ ଦୁଇ ଜଣ ସେମାନଙ୍କୁ ଉଦ୍ଧାର କରିବା ପ୍ରାୟାସ କରି ‍ବିଫଳ ହୋଇଥିଲେ।

ସୌମ୍ୟ ଓ ସ୍ମୃତି ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଆରମ୍ଭ କରାଯାଇଛି।

 

The post ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର appeared first on Odisha Reporter.



from Odisha Reporter https://ift.tt/2PNnbkw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages