ମୁମ୍ଵାଇ: ଆଜି ସ୍ୱୟଂଚାଳିତ ପେମେଣ୍ଟ ସେବାର ଅବଧି ଶେଷ ହେବାର ଥିଲା। କିନ୍ତୁ ଆରବିଆଇ ଏବେ ଏହି ଅବଧିକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ଯାହାକି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଏପ୍ରିଲରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ଏହି ସମୟରେ ଅନେକ ଟିକସ ଏବଂ ଅନ୍ୟାନ୍ୟ ଦେୟ ଦିଅନ୍ତି ଲୋକମାନେ। ଯଦି ଏହି ଅବଧି ଆଜି ଶେଷ ହୋଇଥାନ୍ତା ତାହେଲେ ଲୋକମାନେ ସେମାନଙ୍କ ବିଲ୍ ଏବଂ ସବସ୍କ୍ରିପସନ୍ ଆଉ ସ୍ୱୟଂଚାଳିତ ଭାବରେ ଦେୟ ପାରିନଥାନ୍ତେ। ଏହାଦ୍ୱାରା ଏପ୍ରିଲରେ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା। ଏହାକୁ ନେଇ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ଆପତ୍ତି ଉଠାଇବା ସହ ଅବଧି ବଢ଼ାଇବାକୁ ଦାବି କରିଥିଲେ। ଯାହାକୁ ଶେଷରେ ମାନି ନେଇଛି ଆରବିଆଇ।
ଏବେ ‘ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ନିୟମ ରହିଛି। ଆଗାମୀ ୬ ମାସ ପରେ ନୂଆ ଆଡିସନାଲ ଫ୍ୟାକ୍ଟର୍ ଅଥେନଟିକେସନ ସିଷ୍ଟମ ଲାଗୁ ହେବ। ଏହି ସିଷ୍ଟମ ଲାଗୁ ହେଲେ OTT ସବସ୍କ୍ରିପସନ୍ ଏବଂ ଡିଜିଟାଲ୍ ନ୍ୟୁଜ୍ ସବସ୍କ୍ରିପସନ ପାଇଁ ଆକାଉଣ୍ଟରୁ ଟଙ୍କା କଟି ରିଚାର୍ଜ ହେବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯଦି ଆପଣ ମେସେଜ ପାଇ ରିଚାର୍ଜକୁ ଅନୁମତି ଦେବେ, ତେବେ ଯାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ।
ଅର୍ଥାତ୍ ଦେୟ ତାରିଖର ୫ ଦିନ ପୂର୍ବରୁ ବ୍ୟାଙ୍କଗୁଡ଼ିକ ଏକ ମେସେଜ ପଠାଇବେ। ଯଦି ଗ୍ରାହକମାନେ ଏହାକୁ ଅନୁମୋଦନ ଦେବେ ତାହେଲେ ଦେୟ ଅନୁମୋଦନ ହେବ। ଯଦି ୫୦୦୦ ଟଙ୍କାରୁ ଅଧିକ ଦେୟ ହେବ ତେବେ ବ୍ୟାଙ୍କଗୁଡ଼ିକୁ OTP ପଠାଇବାକୁ ହେବ। ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ନେଇଛି।
The post ସ୍ୱୟଂଚାଳିତ ପେମେଣ୍ଟ ସୁବିଧା ଅବଧି ବଢ଼ାଇଲା ଆରବିଆଇ appeared first on Odisha Reporter.
from Odisha Reporter https://ift.tt/3dj2rcJ
No comments:
Post a Comment