ଚଣ୍ଡିଗଡ: ସାଧାରଣତଃ ନେତାମାନେ ପ୍ରଚାର ରାଲି, ବିଭିନ୍ନ କାର୍ଯ୍ୟକ୍ରମ ନହେଲେ ବୈଠକରେ ଦେଖିଥିବେ। ହେଲେ ନେତା ଯେତେବେଳେ ଖୁସିରେ ଡ୍ୟାନ୍ସ କରୁଥିବେ ଆଉ ତାପୁଣି ଗୋଟିଏ ପୁରୁଣା ଗୀତରେ। ତାହେଲେ ସେଠିକାର ମାହୋଲ ଓ ସୋଶାଲ ମିଡିଆରେ ସେହି ଡ୍ୟାନ୍ସର ଭିଡିଓ ଭାଇରାଲ ହେବା ସୁନିଶ୍ଚିତ। ଯାହାକି ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଚଣ୍ଡିଗଡରେ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ। ସେହି ସମୟରେ 1960-70 ବେଳର ଏକ ବଲିଉଡ ଗୀତ ‘ଆଜ କଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ’ ଏବଂ ‘ଗୁଲାବି ଆଖେଁ ଜୋ ତେରି ଦେଖି’ରେ ଫାରୁକ ମନଖୋଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଆଉ ଫାରୁକଙ୍କ ଅନୁରୋଧ କ୍ରମେ ତାଙ୍କୁ ସହଯୋଗ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।
From Punjab CM @capt_amarinder's grand daughter's marriage. Farooq Abdullah dancing to tunes of "Aajkal tere mere pyar ke charche"…. pic.twitter.com/laDGzDG0Sm
— Babar (@CactusByWular) March 4, 2021
ସୂଚନାଯୋଗ୍ୟ, ଅମରିନ୍ଦର ସିଂହଙ୍କ ନାତୁଣୀ ଶେହାରିନ୍ଦେର କୌରଙ୍କର ବିବାହରେ ଫାରୁକ ଯୋଗ ଦେଇଥିଲେ। ଏହି ଅବସରରେ ଫାରୁକ ଖୁସିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପୁଅ ଆଦିତ୍ୟ ନରଙ୍ଗଙ୍କୁ ବିବାହ କରିଛନ୍ତି। ଗତ ରବିବାର ଚଣ୍ଡିଗଡରେ ଉଭୟଙ୍କ ବିବାହ ହୋଇଛି। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କ ସହ ମିଶି ପଞ୍ଜାବୀ ଗୀତ ‘ସୁହାଗ’ର ଏକ ଗୀତ ଗାଇଥିଲେ।
The post ‘ଗୁଲାବି ଆଖେଁ ଜୋ ତେରି ଦେଖି’ ଗୀତରେ ଯେତେବେଳେ ନେତା ନାଚନ୍ତି.. appeared first on Odisha Reporter.
from Odisha Reporter https://ift.tt/3sQvzhx
No comments:
Post a Comment