ଅହମ୍ମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି। ଯାହା କ୍ୟାପଟେନ୍ ଭାବେ କୋହଲି ଅଷ୍ଟମଥର ଶୂନରେ ଆଉଟ୍ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ପରେ କ୍ରିଜକୁ ଆସିଥିବା କୋହଲି ମାତ୍ର ୮ଟି ବଲ୍ ଖେଳି ବେନ୍ ଷ୍ଟୋକ୍ସ ବଲରେ ୱିକେଟକିପର ବେନ୍ ଫୋକ୍ସଙ୍କୁ କ୍ୟାଚ୍ ଦେଇ ବସିଥିଲେ।
ଶୂନରେ ଆଉଟ୍ ହେବା କୋହଲି ଅଲୋଡ଼ାର ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ୟାପଟେନ୍ ଭାବେ କୋହଲି ଏବେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଧୋନି ମଧ୍ୟ କ୍ୟାପଟେନ୍ ଭାବେ ଆଠଥର ଶୂନରେ ଆଉଟ୍ ହୋଇଛନ୍ତି। ଏହାସହ କୋହଲି ନିଜ କ୍ୟାରିୟରରେ ଦ୍ୱିତୀୟଥର କୌଣସି ଏକ ସିରିଜରେ ଦୁଇଥର ଖାତା ଖୋଲିପାରିନାହାନ୍ତି।
ଏହା ପୂର୍ବରୁ ୨୦୧୪ରେ କୋହଲି ଏହି ଅଲୋଡ଼ା ରେକର୍ଡ କରିଥିଲେ। ୨୦୧୪ର ଲିଆମ୍ ପ୍ଲଙ୍କେଟ୍ ଓ ଜେମ୍ସ ଆଣ୍ଡରସନ୍ କୋହଲିଙ୍କୁ ଶୂନରେ ଆଉଟ୍ କରିଥିଲେ। ଚଳିତ ସିରିଜରେ କୋହଲିଙ୍କୁ ପ୍ରଥମେ ମୋଇନ୍ ଅଲୀ ଶୂନରେ ଆଉଟ୍ କରିଥିବା ବେଳେ ଆଜି ବେନ୍ ଷ୍ଟୋକ୍ସ ମଧ୍ୟ ତାଙ୍କୁ ଖାତା ଖୋଲିବାକୁ ଦେଇନାହାନ୍ତି। ଏହାକୁ ମିଶାଇ ଟେଷ୍ଟ କ୍ରିକେଟରେ ୧୨ଥର ଶୂନରେ ପ୍ୟାଭିଲିୟନ ଫେରିଛନ୍ତି।
ଅନ୍ୟପକ୍ଷରେ କୋହଲିଙ୍କୁ ସର୍ବାଧିକ ୫ଥର ଆଉଟ୍ କରି ଇଂଲିଶ୍ ଟିମର ଅଲରାଉଣ୍ଡର ଷ୍ଟୋକ୍ସ ବଡ଼ ରେକର୍ଡ କରିଛନ୍ତି। କୋହଲିଙ୍କ ବ୍ୟତୀତ ଷ୍ଟୋକ୍ସ ନିଜ ଟେଷ୍ଟ କ୍ୟାରିୟରରେ ଅଷ୍ଟ୍ରେଲିଆର ମାଇକେଲ୍ କ୍ଲାର୍କ ଓ ଦକ୍ଷିଣ ଆଫ୍ରିକାର ଡିନ୍ ଏଲଗାରଙ୍କୁ ୪ଥର ଲେଖାଏ ଆଉଟ୍ କରିଛନ୍ତି।
The post ଶୂନରେ ଆଉଟ୍ ହୋଇ ରେକର୍ଡ କଲେ କୋହଲି appeared first on Odisha Reporter.
from Odisha Reporter https://ift.tt/3bihP9v
No comments:
Post a Comment