ପିଶାଚ ସ୍ୱାମୀ: ସ୍ତ୍ରୀର ତଣ୍ଟି ଚିପି ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ପିଶାଚ ସ୍ୱାମୀ: ସ୍ତ୍ରୀର ତଣ୍ଟି ଚିପି ଫେରାର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  ସ୍ତ୍ରୀ ପାଇଁ ସ୍ୱାମୀ ହେଉଛି ଇହକାଳ ପରକାଳର ସାଥି । ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ । କିନ୍ତୁ କିଛି ଜାଗାରେ ଦେବତାରୁ ପିଶାଚ ସାଜିଯାଏ ସ୍ୱାମୀ । ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସଂସା ଗାଁରେ ।

ଗାଁର ସୁଦାମ ସାହୁ ନିଜ ସ୍ତ୍ରୀ ଦଶମୀ ସାହୁକୁ ହତ୍ୟାକରି ଫେରାର ହୋଇଯାଇଛି। ଗତ ଦଶ ବର୍ଷ ତଳେ ଦଶମୀକୁ ବାହା ହୋଇଥିଲା ସୁଦାମ । ପୁଅଟିଏ ଓ ଝିଅଟିଏ ମଧ୍ୟ ଅଛନ୍ତି । ଗତକାଲି ବିଲମ୍ୱିତ ରାତିରେ କୌଣସି କାରଣକୁ ନେଇ ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ପିଶାଚ ସ୍ୱାମୀ ହିତାହିତ ଜ୍ଞାନ ଭୁଳି ନିଜ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୁଦାମ ଫେରାର ଥିବା ବେଲେ ଆଗଲପୁର ଫାଣ୍ଡି ପୁଲିସ୍‌ ଏବଂ ଲୋଇସିଂହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଥିବା ବେଲେ କାରଣ ଜଣାପଡିନାହିଁ । ହତ୍ୟାକାରୀ ସ୍ୱାମୀକୁ ଗିରଫ କଳା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

The post ପିଶାଚ ସ୍ୱାମୀ: ସ୍ତ୍ରୀର ତଣ୍ଟି ଚିପି ଫେରାର appeared first on Odisha Reporter.



from Odisha Reporter https://ift.tt/2Pya4nk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages