କୋଲକାତା: ବିଜେପିର ନନ୍ଦିଗ୍ରାମ ଆସନର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ହଲଦିଆ ଏସ୍ପି ଓ ଅନ୍ୟ ପୁଲିସ୍ ଅଫିସରଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି। ନନ୍ଦିଗ୍ରାମ ପୁଲିସ୍ ଷ୍ଟେସନର ଅଫିସରମାନେ ଟିଏମସିକୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ସମସ୍ତ ପ୍ରକାରର ବେଆଇନ କାର୍ଯ୍ୟ କରିବାକୁ ଅନୁମତି ଦେଉଥିବାରୁ ଶୁଭେନ୍ଦୁ ଏଭଳି ଚିଠି ଲେଖିଥିବା କହିଛନ୍ତି।
ଶୁଭେନ୍ଦୁ ଅଧିକାରୀ ତାଙ୍କ ଚିଠିରେ କହିଛନ୍ତି, ଆଡିସନାଲ ଏସ୍ପି ପାର୍ଥ ଘୋଷ, ହଲଦିଆ ଏସ୍ଡିପିଓ ବରୁଣବୈଦ୍ୟ ଓ ନନ୍ଦିଗ୍ରାମ ପୁଲିସ୍ ଷ୍ଟେସନର କିଛି ଅଫିସର ଭୋଟିଂ ବେଳେ ଟିଏମସି ସଦସ୍ୟଙ୍କୁ ବେଆଇନ ଉପାୟରେ ଜନମତକୁ ପ୍ରଭାବିତ କରିବାକୁ ପ୍ରଶ୍ରୟ ଦେଉଛନ୍ତି। ଏହି କାରଣରୁ ନିର୍ବାଚନ କମିଶନ ସେମାନଙ୍କୁ ନିଲମ୍ବିତ କରନ୍ତୁ ବୋଲି ଶୁଭେନ୍ଦୁ କହିଛନ୍ତି।
ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀ କହିଛନ୍ତି, ଦଳ ଅବଧା ଓ ସ୍ୱଚ୍ଛ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଲୋକମାନେ ଯାହାକୁ ଚାହିଁବେ, ତାଙ୍କୁ ଭୋଟ ଦେବେ। ଟିଏମସି ଏତେ ଭୟଭୀତ କାହିଁକି? ଆମେ ନିର୍ବାଚନ କମିଶନଙ୍କୁ ଆଲାଉଦ୍ଦିନଙ୍କ ନାଁ ଦେଇଛୁ। ସେ ହିଁ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଭୋଟରମାନଙ୍କୁ ପ୍ରଭାବିତ କରାଯାଉଛି ଓ ୧୪୯ ନଂ ବୁଥରେ ମତାଦାନକୁ ବନ୍ଦ ରଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଟିଏମସି ମଧ୍ୟ ସମାନ ଅଭିଯୋଗ ଆଣିଛି। ଦଳ କହିଛି ଯେ ବିଜେପି ସଦସ୍ୟମାନେ ପଶ୍ଚିମ ମେଦିନିପୁରର ବୁଥ ନଂ ୧୬୭ରେ ପ୍ରବେଶ କରିଛନ୍ତି ଓ ସେଠାରେ ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରାଇବାରେ ବାଧା ସୃଷ୍ଟି କରିଛନ୍ତି। ଏଠାରେ ଥିବା ପ୍ରିଜାଇଡିଂ ଅଫିସର ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି। ପୂର୍ବ ମେଦିନିପୁରର ବୁଥ ନଂ ୧୬ ବାହାରେ ବିଜେପି ପକ୍ଷରୁ ଭୋଟରଙ୍କୁ ଟିଫିନ ବଣ୍ଟା ଯାଉଥିବା ମଧ୍ୟ ଟିଏମସି ଅଭିଯୋଗ କରିଛି।
The post ପୁଲିସ୍ ବିରୋଧରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/3coJAxF
No comments:
Post a Comment