ବମ୍ବେ: “୧୩ ବର୍ଷ ତଳେ ନିଜ ଝିଅକୁ ଦେଖିଥିଲି। ସେତେବେଳେ ସେ ଖୁବ୍ ଛୋଟ ଥିବା ବେଳେ ଏବେ ପରୀ ପରି ଖୁବ୍ ସୁନ୍ଦର ଦେଖାଯାଉଛି।” ନିଜ ଝିଅ ସହ ଏକ ଫଟୋ ପୋଷ୍ଟ କରି ଟେଲିଭିଜନ କଳାକାର ରାଜା ଚୌଧୁରୀ କ୍ୟାପସନରେ ‘ମୋମେଣ୍ଟ ଅଫ୍ ମାଇଁ ଲାଇଫ୍’ ଲେଖିଛନ୍ତି। ଦୀର୍ଘ ବର୍ଷ ହେବ ପତ୍ନୀ ଶ୍ୱେତା ତିୱାରୀଙ୍କ ସହ କଳହ ଯୋଗୁ ଛାତ୍ରପତ୍ର ହୋଇଯାଇଥିଲେ ମଧ୍ୟ ନିଜ ଝିଅ ପାଇଁ ସେ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଆପୋଷ କଳହରୁ ଦୀର୍ଘ ବର୍ଷ ହେବ ଟେଲିଭିଜନର ଆଗଧାଡ଼ିର ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ତାଙ୍କ ପୂର୍ବତନ ସ୍ୱାମୀ ରାଜା ଚୌଧୁରୀ ଅଲଗା ରହୁଛନ୍ତି। ଉଭୟଙ୍କର ଏକ ଝିଅ ପଲକ ଥିବା ବେଳେ ସେ ନିଜ ମା’ ସହ ରହୁଛନ୍ତି। ଦୀର୍ଘ ବର୍ଷ ପରେ ନିଜ ଝିଅ ସହ ଭେଟ ହେବାର ସୁଯୋଗ ପାଇ ବେଶ୍ ଭାବୁକ ହୋଇପଡ଼ିଲେ ରାଜା । ନିଜ ଝିଅ ସହ ଦେଖା ହେବାର ଖୁସିକୁ ରାଜା ନିଜ ଫ୍ୟାନ୍ଙ୍କ ସହ ଶେଆର କରି କହିଛନ୍ତି, ଆମେ ଦୁହେଁ ପରସ୍ପରକୁ ସବୁବେଳେ ହ୍ୱାଟସ୍ଆପ୍ ମେସେଜ କରୁଥିଲୁ। କିନ୍ତୁ ଦୀର୍ଘ ବର୍ଷ ହେବ ସାକ୍ଷାତ ହୋଇ ନ ଥିଲା।
ରାଜା ଏବେ ନିଜ ପିତାମାତାଙ୍କ ସହ ମେରଟରେ ରହୁଥିବା ବେଳେ କିଛି କାମ ପାଇଁ ବମ୍ବେ ଆସିଥିଲେ। ଏହି ସମୟରେ ସେ ନିଜ ଝିଅ ସହ ସାକ୍ଷାତ କରିବାକୁ ଚାହୁଁଥିବା ଜଣାଇଥିଲେ। ଏହାପରେ ଅନ୍ଧେରୀର ଏକ ରେଷ୍ଟୁରାଣ୍ଟରେ ଉଭୟ ପ୍ରାୟ ଦେଢ ଘଣ୍ଟା ସମୟ କାଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅତୀତକୁ ନେଇ କୌଣସି ଆଲୋଚନା ହୋଇ ନ ଥିବା ବେଳେ କେହି କାହା ଉପରେ ଦୋଷ ଲଦି ନ ଥିବା କହିଛନ୍ତି ରାଜା। ଉଭୟଙ୍କ ଆଲୋଚନା ଖୁବ୍ ଭଲ ହୋଇଥିବା ବେଳେ ପଲକ ଖୁବ୍ ଶୀଘ୍ର ନିଜ ଜେଜେ ବାପା, ଜେଜେମାଙ୍କୁ ଦେଖିବାକୁ ମିରଟ ଆସିବାକୁ ଇଚ୍ଛାବ୍ୟକ୍ତ କରିଥିବା କହିଛନ୍ତି ରାଜା। ଦୀର୍ଘ ଦିନ ହେବ ଉଭୟ ପରସ୍ପର ସଂସ୍ପର୍ଶରେ ଆସି ନ ଥିବା ବେଳେ ଏବେ ବି ସେ ନିଜ ଝିଅ ପାଇଁ କେୟାରିଂ ଓ ଲଭିଙ୍ଗ ପିତା ବୋଲି କୁହନ୍ତି।
ନିଜ ଝିଅର ପିଲା ଦିନକୁ ମିସ୍ କରିଥିବାରୁ ଖୁବ୍ ପଶ୍ଚାତାପ କରୁଥିବା ରାଜ କିନ୍ତୁ ଏବେ ଝିଅକୁ ପାଖରେ ପାଇ ଖୁବ୍ ଖୁସି। । ଝିଅ ଏବେ ବଡ଼ ହୋଇଗଲାଣି। ନିଜ ନିଷ୍ପତ୍ତି ନିଜେ ନେଇପାରୁଛି। ତେଣୁ ଏବେ ଆଉ ସେମାନଙ୍କ ମଧ୍ୟରେ ଦୂରତା ରହିବନି ବୋଲି ସେ ଆଶା କରିଛନ୍ତି।
୧୯୯୮ ମସିହାରେ ରାଜ-ଶ୍ୱେତା ବିବାହ କରିଥିଲେ। ଏହାପରେ ୨୦୧୨ରେ ଉଭୟ ଅଲଗା ହୋଇଗଲେ। ଉଭୟଙ୍କର ଏକ ଝିଅ ପଲକ ଥିବା ବେଳେ ୨୦୧୩ ମସିହାରେ ଶ୍ୱେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ ମଧ୍ୟ ବେଶି ଦିନ ତିଷ୍ଠି ପାରି ନ ଥିଲା। ଉଭୟଙ୍କର ଏକ ପୁଅ ଅଛି।
The post ‘ମୋମେଣ୍ଟ ଅଫ୍ ମାଇଁ ଲାଇଫ୍’; ୧୩ ବର୍ଷ ପରେ ନିଜ ଝିଅକୁ ଦେଖି ଏପରି କହିଲେ ରାଜା ଚୌଧୁରୀ appeared first on Odisha Reporter.
from Odisha Reporter https://ift.tt/31nL8lb
No comments:
Post a Comment