ମନସୁଖ ହିରେନଙ୍କ ମୃତଦେହ ମିଳିବା ପରେ ୫ଟି ମୋବାଇଲ ଫୋନ୍‌ ନଷ୍ଟ କରିଥିଲେ ସଚିନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ମନସୁଖ ହିରେନଙ୍କ ମୃତଦେହ ମିଳିବା ପରେ ୫ଟି ମୋବାଇଲ ଫୋନ୍‌ ନଷ୍ଟ କରିଥିଲେ ସଚିନ!

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ ସ୍କର୍ପିଓ ମିଳିବା ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିବ ବାଜେଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିସ୍ଫୋରକ ଠାବ ହୋଇଥିବା ଗାଡ଼ିର ମାଲିକ ମନସୁଖ ହିରେନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ସଚିନ ବାଜେଙ୍କ ହାତ ରହିଥିବା ଅଭିଯୋଗ ହୋଇଛି।

ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣା ଓ ମନସୁଖଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଏନଆଇଏ କରୁଛି। ଏବେ ଏନଆଇଏ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ମନସୁଖଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୬ରେ ସଚିନ ବାଜେ ୫ଟି ମୋବାଇଲ ଫୋନ୍ ଓ ଏହାର ତଥ୍ୟକୁ‌ ନଷ୍ଟ କରି ଦେଇଥିବା ଏନଆଇଏ ଜାଣିବାକୁ ପାଇଛି। ଏହି ୫ଟି ଫୋନ୍‌ ମଧ୍ୟରେ ସଚିନଙ୍କ ଅଫିସିଆଲ ମୋବାଇଲ ମଧ୍ୟ ରହିଥିଲା। ଏକଥା ଜେରା ବେଳେ ସଚିନ ଏନଆଇଏକୁ କହିଛନ୍ତି।

ଏବେ ଏନଆଇଏଏ ବିଶେଷଜ୍ଞଙ୍କ ସହାୟତାରେ ସଚିନଙ୍କ ଅଫିସିଆଲ ମୋବାଇଲ ଫୋନ୍‌ରୁ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛି। ଏହି ତଥ୍ୟ ହିରେନ୍‌ଙ୍କ ମୃତ୍ୟୁ ମାମଲାର ଡିଜିଟାଲ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଚିନ ବାଜେ ପ୍ରାୟ ୧୩ଟି ମୋବାଇଲ ବ୍ୟବହାର କରୁଥିଲେ।

ଅନ୍ୟପକ୍ଷରେ ମନସୁଖଙ୍କ ମୃତ୍ୟୁ ମାମଲାରେ ଏନଆଇଏ ମୁମ୍ବାଇ ପୁଲିସ୍‌ର ୨ ଜଣ ଇନସପେକ୍ଟର ଓ ଜଣେ ବରିଷ୍ଠ ଅଧିକାରୀଙ୍କୁ ସମନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦିନକେ କି ଦୁଇ ଦିନ ମଧ୍ୟରେ ସେମାନଙ୍କୁ ସମନ କରାଯିବ।

ଜଣେ ହୋଟେଲ ମାଲିକଙ୍କ ବୟାନ ମଧ୍ୟ ଏନଆଇଏ ରେକର୍ଡ କରିଛି। ମାଲିକ ଜଣଙ୍କ କହିଛନ୍ତି ଯେ ମାର୍ଚ୍ଚ ୩ରେ ସେ ହପ୍ତା କଲେକସନ୍‌କୁ ଦେବା ପାଇଁ ସଚିନ ବାଜେଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସଚିନ ମୃତ ମନସୁଖ, ଗିରଫ କନଷ୍ଟେବଲ ବିନୟ ସିନ୍ଧେ ଓ କ୍ରାଇମବ୍ରାଞ୍ଚର ଆଉ ଜଣେ ପୁଲିସ୍‌ ଅଧିକାରୀଙ୍କ ସହ ବୈଠକ କରୁଥିଲେ।

ଏବେ ଏନଆଇଏ ଉକ୍ତ ବୈଠକରେ ଥିବା ଇନସପେକ୍ଟରଙ୍କୁ ଜେରା କରିବାକୁ ଚାହୁଁଛି। ସେହିପରି ଦକ୍ଷିଣ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ମୁମ୍ବାଇ ପୁଲିସ୍‌ ଜଣେ ବରିଷ୍ଠ ଅଧିକାରୀ କଲ୍‌ କରି ସଚିନଙ୍କ ହୋଟେଲ ଭଡ଼ା ବାବଦରେ ୧୩ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏନଆଇଏ ଉକ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜେରା କରିବ।

ଏନଆଇଏ ପୂର୍ବରୁ ଏଟିଏସ ଘଟଣାର ତଦନ୍ତ କରୁଥିଲା। ଏଟିଏସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ମନସୁଖ ମୃତ୍ୟୁ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସଚିନ ବାଜେ। ମନସୁଖଙ୍କୁ ମାରିବା ପାଇଁ ମାର୍ଚ୍ଚ ୨ରେ ସଚିନ ଆଉ ୨ ଜଣ ପୁଲିସ୍‌ କର୍ମଚାରୀଙ୍କ ସହ ବୈଠକ କରିଥିଲେ। ଏହାର ବିସ୍ତୃତ ରିପୋର୍ଟ ଏଟିଏସ୍‌ ପକ୍ଷରୁ ଏନଆଇଏକୁ ଦିଆଯାଇଛି।

The post ମନସୁଖ ହିରେନଙ୍କ ମୃତଦେହ ମିଳିବା ପରେ ୫ଟି ମୋବାଇଲ ଫୋନ୍‌ ନଷ୍ଟ କରିଥିଲେ ସଚିନ! appeared first on Odisha Reporter.



from Odisha Reporter https://ift.tt/3rscvoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages