କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ ପୁରସ୍କାର-୨୦୨୧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ ପୁରସ୍କାର-୨୦୨୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସୃଷ୍ଟି ଦିଗରେ କ୍ଷୀରୋଦ ସାହୁଙ୍କ ଉଲ୍କେଖନୀୟ ଅବଦାନ ରହିଛି ।

ସେହିପରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନିବେଦିତା ଲେଙ୍କାଙ୍କୁ ଜୁରି କମେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରାଯାଇଛି ।

ଯଶୋଦା ମା’ ଭାବେ ଜଣାଶୁଣା ନିବେଦିତା ଲେଙ୍କା ଶହେରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ସହ ଅସହାୟ ଲୋକଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଛନ୍ତି ।

ନିବେଦିତା ଲେଙ୍କାଙ୍କୁ ଜୁରି କମେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରାଯାଉଛି ।

BIPF ଫାଉଣ୍ଡେସନ ଏହାର ୧୦ ବର୍ଷର ସିଏସଆର ଯାତ୍ରା ପାଳନ କରିଛି । ଏଥିସହ ଅଷ୍ଟମ ଶମ୍ଭାବୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି।

୨୦୧୪ରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶମ୍ଭାବୀ ପୁରସ୍କାର ଆରମ୍ଭ ହୋଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା, ସାମାଜିକ ପରିବର୍ତ୍ତନର ସୂତ୍ରଧରଙ୍କୁ ସ୍ୱୀକୃତି ପ୍ରଦାନ କରିବା ଓ ଅନ୍ୟମାନଙ୍କୁ ସେମାନଙ୍କର ମାର୍ଗ ଅନୁସରଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା।

The post କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ ପୁରସ୍କାର-୨୦୨୧ appeared first on Odisha Reporter.



from Odisha Reporter https://ift.tt/30O5q72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages