ପୂର୍ବତନ ମହିଳା ସରପଞ୍ଚ କରୁଥିଲେ ଜାଲ୍ ନୋଟ୍ କାରବାର, ବାନ୍ଧିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ପୂର୍ବତନ ମହିଳା ସରପଞ୍ଚ କରୁଥିଲେ ଜାଲ୍ ନୋଟ୍ କାରବାର, ବାନ୍ଧିଲା ପୁଲିସ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୁଲିସ୍ ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କୁ ଗିରଫ କରିଛି।

ଗିରଫ ମହିଳାଙ୍କ ନାଁ ମମତା ସାହୁ। ତାଙ୍କ ଘର ନରସିଂହପୁର ଅଞ୍ଚଳରେ। ସେ ବନ୍ଧହୁଡ଼ା ପଞ୍ଚାୟତର ସରପଞ୍ଚ ଥିଲେ। ତେବେ ସେ ହିନ୍ଦୋଳ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ।

ସୂଚନା ଅନୁଯାୟୀ, ଗତକାଲି ହିନ୍ଦୋଳ ବଜାରରେ ଜଣେ ବ୍ୟବସାୟୀଙ୍କୁ ୧୧ ହଜାର ଟଙ୍କା ଦେଇଥିଲେ। ତେବେ ନୋଟ୍ ଗୁଡ଼ିକୁ ଦେଖି ଉକ୍ତ ବ୍ୟବସାୟୀଙ୍କର ସନ୍ଦେହ ହୋଇଥିଲା। ସେ ସଙ୍ଗେ ସଙ୍ଗେ ହିନ୍ଦୋଳ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ନିଜ ହେପାଜତକୁ ନେବା ସହିତ ନକଲି ନୋଟ୍‌ ଗୁଡ଼ିକୁ ଜବତ କରିଥିଲା। ସେ ଜାଲ୍ ନୋଟ୍ କାରବାର କରୁଥିବା ନେଇ ପୁଲିସ୍ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।

ତେବେ ଏହି ଜାଲ୍ ନୋଟ୍ କେଉଁଠୁ ଆସିଲା ଓ ୟା ପଛରେ ଆଉ କେଉଁମାନେ ଅଛନ୍ତି, ସେ ସବୁ ଦିଗରେ ତଦନ୍ତ କରିବା ପାଇଁ ହିନ୍ଦୋଳ ପୁଲିସ୍ ମମତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

The post ପୂର୍ବତନ ମହିଳା ସରପଞ୍ଚ କରୁଥିଲେ ଜାଲ୍ ନୋଟ୍ କାରବାର, ବାନ୍ଧିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3vugCUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages