ସୀତା ସାଜିଲେ ଆଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ସୀତା ସାଜିଲେ ଆଲିଆ

ମୁମ୍ବାଇ: ଚୁଲବୁଲି ନାୟିକାରୁ ସାଜିଲେ ସୀତା। ନିଜର ଗ୍ଲାମରସ ଲୁକ୍ ଛାଡି ପିନ୍ଧିଲେ ଶାଢ଼ୀ। ସୀତା ସାଜିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଅପକମିଂ ଫିଲ୍ମ `ଆର୍‌ଆର୍‌ଆର୍‌’ରେ ଆଲିଆଙ୍କୁ ସୀତା ଚରିତ୍ରରେ ଦେଖିବାକୁ ମିଳିବ। ଯାହାର ଏକ ଝଲକ୍ ଏବେ ସାମ୍ନାକୁ ଆସିଛି। ଆଲିଆ ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କ ପାଇଁ ନିଜ ଇନଷ୍ଟାଗ୍ରାମରେ ତାଙ୍କର ସୀତା ଲୁକ୍‌କୁ ରିଲିଜ କରିଛନ୍ତି। ଆଲିଆଙ୍କ ଏହି ନୂଆ ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି।

ଫଟୋରେ ଆଲିଆ ଭଗବାନ ମୂର୍ତ୍ତି ସାମ୍ନାରେ ଦୀପ ଜାଳି ବସିଥିବା ଦେଖିବାକୁ ମିଳିଛି। ଏଥିରେ ପୁରା ସାଉଥଇଣ୍ଡିଆନ ଗେଟଅପ୍‌ରେ ନଜର ଆସିଛନ୍ତି। ଆର୍‌ଆର୍‌ଆର୍‌ ଫିଲ୍ମରେ ଆଲିଆଙ୍କ ଭୂମିକ ଦମଦାର ହେବ ବୋଲି ତାଙ୍କର ଏହି ଲୁକ୍‌‌କୁ  ଦେଖିଲା ପରେ ଅନୁମାନ କରାଯାଉଛି। ଏହି ଫିଲ୍ମରେ ଆଲିଆଙ୍କ ନାଁ ସୀତା ରହିଛି। ଆଲିଆ ସୀତା ଲୁକ୍‌କୁ ନିଦ୍ଦର୍ଦଶକ ଏସଏସ ରାଜାମୌଲି ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ରିଲିଜ କରିଛନ୍ତି।

ଯେବେଠୁ `ଆର୍‌ଆର୍‌ଆର୍‌’ ଫିଲ୍ମର ଘୋଷଣା ହୋଇଛି ସେବେଠୁ  ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।   ଲୋକେ ଫିଲ୍ମଟି କେବେ ରିଲିଜ ହେବ ତାକୁ ଚାହିଁ ବସିଛନ୍ତି। ଫିଲ୍ମର ସବୁ ଚରିତ୍ର ଏବେ ଲୁକ୍ ରିଲିଜ ହେବା ପରେ ଚାରିଆଡୁ ପ୍ରଶଂସା ମିଳିବାରେ ଲାଗିଛି।

ଏହି ବିଗ ବଜେଟ ଫିଲ୍ମର ଲିଡ୍ ରୋଲରେ ରାମ ଚରଣ, ଜୁନିଅର ଏନ୍‌ଟିଆର୍, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଛନ୍ତି।  ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୧୩ରେ ରିଲିଜ ହେବ।

The post ସୀତା ସାଜିଲେ ଆଲିଆ appeared first on Odisha Reporter.



from Odisha Reporter https://ift.tt/3ctwCgV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages