ଟ୍ରକ୍‌ ପଛରେ ପିଟି ହେଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ଟ୍ରକ୍‌ ପଛରେ ପିଟି ହେଲା ବସ୍‌

ପାରଳାଖେମୁଣ୍ଡି/ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଏକ ମାଲବାହୀ ଟ୍ରକ୍‌ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍‌। ଚାଲିଗଲା ହେଲ୍‌ପରଙ୍କ ଜୀବନ। ସେହିପରି ୮ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ସୋମପେଟା ନିକଟରେ। ‘ତ୍ରିପାଠୀ’ ନାମକ ଏହି ଘରୋଇ ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ଏହା ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

ଏହି ଟ୍ରକ୍‌ ପଛରେ ପିଟି ହୋଇଥିଲା ବସ୍‌

ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍‌ଟି ଟ୍ରକ୍ ପଛରେ ପିଟି ହୋଇଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ହିଁ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଟ୍ରକ୍‌ ପଛରେ ପିଟି ହେଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3ct4cUo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages