ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଉଦ୍ଧବଙ୍କ ସ୍ତ୍ରୀ ରଶ୍ମୀ ଠାକରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ ୧୧ରେ ରଶ୍ମୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ଆଦିତ୍ୟ ଠାକରେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ କଣ୍ଟାକ୍ଟ ହିଷ୍ଚ୍ରି ତାଲିକାରେ ରଶ୍ମୀଙ୍କର କୋଭିଡ ପରୀକ୍ଷା ହୋଇଥିଲା।
ସୂଚନାଯୋଗ୍ୟ, ୬ଟି ରାଜ୍ୟ ଯଥା ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ ଓ ତାମିଲନାଡୁରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା (୪୦,୭୧୫)ରେ ଏହି ରାଜ୍ୟଗୁଡ଼ିକର ଭାଗ ୮୦.୯୦% ।
ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ଜାରି ରହିଛି ଏବଂ ଏଠାରେ ୨୪,୬୪୫ (୬୦.୫୩%) ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା ପଞ୍ଜାବରେ ୨,୨୯୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧,୬୪୦ ନୂଆ ମାମଲା ସାମ୍ନାକୁ ଆସିଛି ।
ଭାରତର ମୋଟ ସକ୍ରିୟ କରୋନା ମାମଲା ଫେବୃଆରୀ ମଧ୍ୟଭାଗରେ ସର୍ବନିମ୍ନ ସ୍ତରକୁ ଖସିବା ପରେ ଏବେ ବଢ଼ୁଛି । ମଙ୍ଗଳବାର ଏହି ସଂଖ୍ୟା ୩.୪୫ ଲକ୍ଷ (୩,୪୫,୩୭୭) ରହିଛି । ମଙ୍ଗଳବାର ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ମୋଟ ସକ୍ରିୟ ମାମଲାରେ ଆଉ ୧୦,୭୩୧ ଯୋଡ଼ି ହୋଇଛନ୍ତି । ଦେଶରେ ରହିଥିବା ମୋଟ ସକ୍ରିୟ ମାମଲାରୁ ୭୫.୧୫% ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ ଓ ପଞ୍ଜାବର ରହିଛି। ଦେଶର ମୋଟ ସକ୍ରିୟ ମାମଲାରେ ମହାରାଷ୍ଟ୍ରର ଏକାକୀ ୬୨.୭୧% ରହିଛି ।
ସେହିପରି ସରକାର ଏବେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏବେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ। ପୂର୍ବରୁ ୪୫ ବର୍ଷର ବ୍ୟକ୍ତି ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ଟିକା ନେବାର ବ୍ୟବସ୍ଥା ଥିଲା।
The post ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3tPXWwK
No comments:
Post a Comment