ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ

ମୁମ୍ୱାଇ: ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ମହାରାଷ୍ଟ୍ରର ସାମାଜିକ ଏବଂ ନ୍ୟାୟ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ। କୋଭିଡରେ ସଂକ୍ରମିତ ହୋଇଥିବା ନେଇ ମଙ୍ଗଳବାର ଧନଞ୍ଜୟ ନିଜେ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁନ ପ୍ରଥମ ସପ୍ତାହରେ ଏହି ଏନସିପି ନେତା କରୋନାରେ ସଂକ୍ରମିତ ହୋଇଥିଲେ।

ମଙ୍ଗଳବାର ଟ୍ୱିଟ୍ କରି ପରଲିର ବିଧାୟକ ଧନଞ୍ଜୟ କହିଛନ୍ତି, ସେ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ଯେଉଁମାନେ ଯୋଗାଯୋଗରେ ଥିଲେ ସେମାନଙ୍କୁ କରୋନା ପରୀକ୍ଷା ସହିତ ସମସ୍ତ ନିୟମ ମାନିବାକୁ ନିବେଦନ କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି।

ଧନଞ୍ଜୟ କରୋନାରେ ସଂକ୍ରମିତ ହେବା ପୂର୍ବରୁ ମହାରାଷ୍ଟ୍ର ସରକାରର ଅନ୍ୟତମ ମନ୍ତ୍ରୀ ଆଦିତ୍ୟ ଠାକରେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଶନବିରା ଆଦିତ୍ୟ ଠାକରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ମା’ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମୀ ଠାକରେ କରେନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଭାରତର ମୋଟ ସକ୍ରିୟ କରୋନା ମାମଲା ଫେବୃଆରୀ ମଧ୍ୟଭାଗରେ ସର୍ବନିମ୍ନ ସ୍ତରକୁ ଖସିବା ପରେ ଏବେ ବଢ଼ୁଛି । ମଙ୍ଗଳବାର ଏହି ସଂଖ୍ୟା ୩.୪୫ ଲକ୍ଷ (୩,୪୫,୩୭୭) ରହିଛି । ମଙ୍ଗଳବାର ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ମୋଟ ସକ୍ରିୟ ମାମଲାରେ ଆଉ ୧୦,୭୩୧ ଯୋଡ଼ି ହୋଇଛନ୍ତି । ଦେଶରେ ରହିଥିବା ମୋଟ ସକ୍ରିୟ ମାମଲାରୁ ୭୫.୧୫% ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ ଓ ପଞ୍ଜାବର ରହିଛି। ଦେଶର ମୋଟ ସକ୍ରିୟ ମାମଲାରେ ମହାରାଷ୍ଟ୍ରର ଏକାକୀ ୬୨.୭୧% ରହିଛି।

The post ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ appeared first on Odisha Reporter.



from Odisha Reporter https://ift.tt/2PmJBci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages