‘ସୁଧହାର କମିବନି, ଅପରିବର୍ତ୍ତିତ ରହିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

‘ସୁଧହାର କମିବନି, ଅପରିବର୍ତ୍ତିତ ରହିବ’

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁଧ ହାର ନିଷ୍ପତ୍ତି ଲାଗୁ କରିଥିବା କେନ୍ଦ୍ର ସରକାର ୨୪ ଘଣ୍ଟା ମଧ୍ୟରେ ବଦଳାଇଦେଲେ ନିଜ ନିଷ୍ପତ୍ତି।  ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ PPF ଉପରେ ସୁଧହାର ଅପରିବର୍ତ୍ତିତ ରହିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ମଧ୍ୟ ଅପରିବର୍ତ୍ତିତ ରହିବ।

ସୂଚନାଯୋଗ୍ୟ,  ଗତକାଲି PPF ଓ  ଅନ୍ୟ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ କରାଯାଇଥିଲା ।  ୨୦୨୦-୨୧ ଶେଷ କ୍ୱାର୍ଟରର ସୁଧହାର ଲାଗୁ ହେବ  । ତେଣୁ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ଅପରିବର୍ତ୍ତିତ ରହିବ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ସୁଧହାର ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ଟ୍ୱିଟ୍ କରିଛନ୍ତି ।

PPF ସୁଧହାର ବାର୍ଷିକ ୭.୧%, NCS ସୁଧହାର ୬.୮%, ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ୭.୫%, ସେଭିଙ୍ଗ ଡିପୋଜିଟ୍ ୪% ରହିବ।  ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ପୂର୍ବଭଳି ୭.୪ ପ୍ରତିଶତ ରହିବ  । ଗତକାଲି ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା  ।

ଗତକାଲି ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣାନାମା ଅନୁଯାୟୀ,  PPF ସୁଧହାର ବାର୍ଷିକ ୭.୧%ରୁ ୬.୪%କୁ କମାଯାଇଥିଲା।  ସେହିପରି NSC ସୁଧହାର ୬.୮%ରୁ ୫.୯%କୁ ହ୍ରାସ କରିଥିଲେ ସରକାର । ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ବି କମାଯାଇଥିଲା। ପୂର୍ବରୁ ଏହା ୭. ୫% ଥିବା ବେଳେ ସରକାରଙ୍କ ଘୋଷଣା ପରେ ଏହା ୬.୯% କୁ ହ୍ରାସ ପାଇଥିଲା । ସେହିପରି ସେଭିଙ୍ଗ ଡିପୋଜିଟ୍ ଉପରେ ସୁଧହାର ୪%ରୁ ୩.୫%କୁ ହ୍ରାସ କରାଇବା ସହ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୭.୪%ରୁ ୬.୫%କୁ କମାଇ ଦେଇଥିଲେ ସରକାର। ୨୦୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଏହା ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ହେଲେ ତୀବ୍ର ବିରୋଧ ପରେ ଏହାକୁ ତତ୍‌କ୍ଷଣାତ ପ୍ରତ୍ୟାହାର କରି ନିଆଯାଇଛି।

The post ‘ସୁଧହାର କମିବନି, ଅପରିବର୍ତ୍ତିତ ରହିବ’ appeared first on Odisha Reporter.



from Odisha Reporter https://ift.tt/39suEwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages