ଉମରକୋଟ(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍ରେ ସର୍ଚ୍ଚ କରି ଚିକିତ୍ସା କାରିବା ବେଳେ ଶିଶୁପୁତ୍ରର ଚାଲିଗଲା ଜୀବନ। ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ୟୁଟ୍ୟୁବ୍ରୁ ଭିଡିଓ ଦେଖି ଚିକିତ୍ସା କରୁଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।
ଅଭିଯୋଗ ମୁତାବକ ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଓଲମା ଗ୍ରାମର ପ୍ରଶାନ୍ତ ବିଶୋଇ ଓ ପତ୍ନୀ ଅମ୍ରିତା ବିଶୋଇଙ୍କ ୬ ମାସ ତଳେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଗତକାଲି ଶିଶୁ ପୁତ୍ରକୁ ଥଣ୍ଡା କାଶ ହୋଇଥିଲା । ବାପା ମାଆ ତାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ୟୁଟ୍ୟୁବ୍ ଦେଖି ପ୍ରେସକ୍ରିପସନରେ ଏକ ଇଞ୍ଜେକ୍ସନ ଲେଖି ଔଷଧ ଆଣିବାକୁ କହିଥିଲେ। ପରିବାର ଲୋକେ ଇଞ୍ଜେକେସନ ଆଣିଲା ପରେ ଇଞ୍ଜେକସନ ଦେବାର କିଛି ସମୟ ପରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ପିଲାର ବାପା ପ୍ରଶାନ୍ତ ବିଶୋଇ କହିଛନ୍ତି ଯେ, ଆମ ପିଲାକୁ କାଶ ହେଉଥିଲା। ଆମେ ଡାକ୍ତରଖାନା ଆଣିଥିଲୁ। ହେଲେ ଡାକ୍ତର ଜଣକ ଗୁଗୁଲ୍ ଦେଖି ଇଞ୍ଜେକ୍ସନ୍ ଦେଇଥିଲେ। ଯାହା ଫଳରେ ସେଇ ଇଞ୍ଜେକସନ ନେଇ ଆମ ପିଲାର ମୃତ୍ୟୁ ଘଟିଛି।
ଏହି ଘଟଣାକୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପଟେ ଶିଶୁ ମୃତ୍ୟୁ ଖବର ପାଇ ଡାକ୍ତର ଜଣକ କେଉଁଆଡେ ଚମ୍ପଟ ମାରିଛନ୍ତି। ବାପା କଅଁଳ ଶିଶୁକୁ ହରାଇ ଛାତି ପିଟି ବାହୁନି ବାହୁନି କାନ୍ଦୁ ଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଡାକ୍ତର ଜଣକ ୟୁଟ୍ୟୁବ୍ ସହାୟତା ନେଇ ଡାକ୍ତର ହୋଇଛନ୍ତି ନା ପାଠ ପଢ଼ି ଡାକ୍ତର ହୋଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଶିଶୁ ମୃତ୍ୟୁକୁ ନେଇ ବିଭାଗୀୟ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
The post ଗୁଗୁଲ୍ ସର୍ଚ୍ଚରୁ ପଏଜନ୍ ନେଲା ପିଲାର ଜୀବନ ! ଡାକ୍ତର ଚମ୍ପଟ appeared first on Odisha Reporter.
from Odisha Reporter https://ift.tt/3ft35ag
No comments:
Post a Comment