ଆଇଟି ରେଡ୍ ପରେ ମୁହଁ ଖୋଲିଲେ ତାପସୀ ପାନ୍ନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ଆଇଟି ରେଡ୍ ପରେ ମୁହଁ ଖୋଲିଲେ ତାପସୀ ପାନ୍ନୁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ କିଛି ଲୋକଙ୍କ ଉପରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି। ଟ୍ୟାକ୍ସ ଚୋରି ଅଭିଯୋଗରେ ବିଭାଗର କାର୍ଯ୍ୟାନୁଷ୍ଠାନର ତିନି ଦିନ ପରେ ମୁହଁ ଖୋଲିଛନ୍ତି ତାପସୀ।

ତାପସୀ ସୋଶାଲ ମିଡିଆ ଜରିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହାକୁ ନେଇ ସେ ଲଗାତର ତିନୋଟି ଟ୍ୱିଟ୍ କରିଛନ୍ତି। ତାପସୀ ନିଜ ଟ୍ୱିଟରେ ନିଜ ଉପରେ ଲାଗିଥିବା ଅଭିଯୋଗ କଥା କହିଛନ୍ତି। ସେ ମଧ୍ୟ କିଛି ମଜାକିଆ ଅନ୍ଦାଜରେ ଲେଖିଛନ୍ତି। ନିଜର ପ୍ରଥମ ଟ୍ୱିଟରେ ତାପସୀ ଲେଖିଛନ୍ତି, ଯେଉଁ ବଙ୍ଗଳାର ଚାବି କଥା କୁହାଯାଉଛି, ତାକୁ ମୁଁ ପ୍ୟାରିସରେ ରଖିଛି। କାରଣ ଆଗକୁ ଖରା ଛୁଟି ଆସିବ।

ସେହିପରି ତାପସୀ ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ଯେଉଁ ୫ କୋଟି ଟଙ୍କାର ରସିଦ୍ କଥା କୁହାଯାଉଛି, ତାକୁ ମୁଁ ଭବିଷ୍ୟତ ପାଇଁ ଜାଣିଛି। ସୂଚନାଯୋଗ୍ୟ ଆୟକର ବିଭାଗ କହିଥିଲା ଯେ ଚଢ଼ାଉ ବେଳେ ତାପସୀ ପନ୍ନୁଙ୍କ ୫ କୋଟି ଟଙ୍କା ଦିଆଯାଇଥିଲା, ଯାହାର ରସିଦ୍ ତାଙ୍କ ଘରୁ ମିଳିଛି। ଏହା ପରେ ତାପସୀ ନିଜର ତୃତୀୟ ଟ୍ୱିଟରେ ଲେଖିଛନ୍ତି, ଅର୍ଥ ମନ୍ତ୍ରୀଙ୍କ ମୁତାବକ ୨୦୧୩ରେ ମୋ ଘରେ ରେଡ୍ ହୋଇଥିଲା। ଏବେ ଆଉ ମୁଁ ଶସ୍ତା ହୋଇ ରହିନାହିଁ।

ସୂଚନାଯୋଗ୍ୟ, ଦୁଇ ବଡ଼ ଟ୍ୟାଲେଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀ ଉପରେ ଲଗାତର ଇନକମ୍ ଟ୍ୟାକ୍ସର ଚଢ଼ାଉ ଚାଲିଛି। ଏପର୍ଯ୍ୟନ୍ତ ୬୫୦ କୋଟି ଟଙ୍କାର ହେରଫେର୍ ହୋଇଥିବା ଜଣାପଡ଼ିଛି। ତାପସୀ ପନ୍ନୁ ମଧ୍ୟ ଆୟକର ବିଭାଗ ଅଧିକାରୀଙ୍କୁ ୫ କୋଟି ଟଙ୍କାର ହିସାବ ଦେଇପାରିନଥିବା ସୂଚନା ମିଳିଛି।

The post ଆଇଟି ରେଡ୍ ପରେ ମୁହଁ ଖୋଲିଲେ ତାପସୀ ପାନ୍ନୁ appeared first on Odisha Reporter.



from Odisha Reporter https://ift.tt/3qnMdDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages