ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏଥର କିନ୍ତୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ଓ ପ୍ରଶାସନର ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି।
ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଜାଗର ଦିନ କୋଭିଡ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବାକୁ ସ୍ଥିର ହୋଇଛି । ତା’ସହ ଜାଗର ପାଇଁ ପୁଲିସ୍ ଫୋର୍ସ ମୁତୟନ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।
ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତେବେ ଯାତ୍ରା ଦିନ ବିଭିନ୍ନ ଏନଜିଓ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ହେଉଥିବା ଖାଦ୍ୟ ବଣ୍ଟନକୁ ମଧ୍ୟ ବାରଣ କରାଯାଉଛି। କେବଳ ପାଣି ଓ ଓଆରଏସ୍ ଦଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।
ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ବୈଠକରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ନିଯୋଗ ଉପସ୍ଥିତ ଥିଲେ।
The post ଏଥର ଜାଗରରେ ଏକାଠି ଦୀପ ଜାଳିବା ମନା appeared first on Odisha Reporter.
from Odisha Reporter https://ift.tt/3c3rcco
No comments:
Post a Comment