ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଝିଅ ଆରୁଷି ନିଶାଙ୍କ ବଲିଉଡରେ ଡେବ୍ୟୁ କରିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
ଆରୁଷି ଇନଷ୍ଟାଗ୍ରାମ ପେଜରେ ତାଙ୍କ ଅପକମିଂ ଫିଲ୍ମ ‘ତାରିଣୀ’ର ପୋଷ୍ଟର ସେଆର କରିଛନ୍ତି। ଏହି ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଝଅ ଜଣ ମହିଳା ଅଫିସରଙ୍କ କାହାଣୀ ଉପରେ ଆଧାରିତ। ଟି ସିରିଜ ବ୍ୟାନରରେ ତିଆରି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଧ୍ୟ ଆରୁଷି ନେଇଛନ୍ତି।
ମହିଳା ଦିବସର ଅବସରରେ ସେ ତାଙ୍କ ଆଗାମୀ ଫିଲ୍ମର ଘୋଷଣା କରିଥିଲେ। ଫିଲ୍ମଟି ୧୯ ସେପ୍ଟେମ୍ବର ୨୦୧୭ରେ ଭାରତୀୟ ନୌସେନାର ଶକ୍ତି ଆଇଏନ୍ଏସ୍ ‘ତାରିଣୀ’ରେ ଗୋଆରୁ ଯାତ୍ରା ଆରମ୍ଭ କରିଥିବା କାର୍ତ୍ତିକା ଯୋଶୀ, ପ୍ରତିଭା ଜାମୱାଲା ପି.ସ୍ୱାତୀ, ଏସ୍.ବିଜୟା, ଐଶ୍ୱର୍ଯ୍ୟା ଏବଂ ପାୟଲ ଗୁପ୍ତାଙ୍କ ଜୀବନୀ ଉପରେ ଆଧାରିତ। ଏହି ୬ ନୌସେନା ମହିଳା ଅଫିସରମାନେ ସମୁଦ୍ର ଭିତରେ ପ୍ରାୟ ୨୧ ହଜାର ୬୦୦ କିଲୋମିଟରର ଯାତ୍ରା କରିଥିଲେ। ୨୫୪ ଦିନ ଯାଏଁ ଯାତ୍ରା କରି ୨୦୧୮ ମେ’ ୧୯ରେ ଫେରିଥିଲେ।
ସୂଚନା ଯୋଗ୍ୟ ଯେ, ଆରୁଷି ହେଉଛନ୍ତି ରମେଶ ଏବଂ କୁସୁମ ପୋଖରିଆଲ ନିଶାଙ୍କଙ୍କ ବଡ଼ ଝିଅ। ସେ ନାରୀସଶକ୍ତିକରଣ, ସାମାଜିକ କ୍ଷେତ୍ର ଏବଂ ପରିବେଶ ସଂରକ୍ଷଣ ଦିଗରେ ନିଜର ଅତୁଟ ଯୋଗଦାନ ଦେଇ ଆସୁଛନ୍ତି। ଏହାଛଡା ସେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପି ସହ ଜଣେ ପରିବେଶବିତ୍ ମଧ୍ୟ।
ହିମାଳୟନ୍ ଆୟୁର୍ବେଦିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଇନ୍ ଡେରାଡୁନରେ ସେ ପାଠ ପଢ଼ିଛନ୍ତି। ୨୦୧୫ ଜାନୁଆରୀ ୨୪ରେ ସେ ଅଭିନବ ପନ୍ତଙ୍କୁ ବିବାହ କରିଥିଲେ। ପୂର୍ବରୁ ଆରୁଷଙ୍କ ଅଭିନୟ ପ୍ରତି ଦୁର୍ବଳତା ଥିଲା। ତେଣୁ ସେ ତାଙ୍କ ବାପା ରମେଶ ପୋଖରିଆଲ ନିଶାଙ୍କଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଜର ନିରାଲା’ର ପ୍ରଯୋଜକ ଥିଲେ।
View this post on Instagram
The post ବଲିଉଡରେ ଏଣ୍ଟ୍ରି କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ appeared first on Odisha Reporter.
from Odisha Reporter https://ift.tt/3tiluKL
No comments:
Post a Comment