ପ୍ରୋଗ୍ରାମିଂ କୋଡ୍‌ ମାନିବାକୁ ଚ୍ୟାନେଲ ଗୁଡ଼ିକୁ ପୁଲିସ୍‌ର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ପ୍ରୋଗ୍ରାମିଂ କୋଡ୍‌ ମାନିବାକୁ ଚ୍ୟାନେଲ ଗୁଡ଼ିକୁ ପୁଲିସ୍‌ର ନିର୍ଦ୍ଦେଶ

ବେଙ୍ଗାଲୁରୁ: ପ୍ରୋଗ୍ରାମିଂ କୋଡ୍‌ ନ ମାନି କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି କର୍ଣ୍ଣାଟକା ପୁଲିସ୍‌। ଯଦି କୌଣସି ଚ୍ୟାନେଲ ଆପତ୍ତିଜନକ ଓ ଖରାପ ଜିନିଷ ଟିଭିରେ ପ୍ରସାରଣ କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କେବୁଲ ଟେଲିଭିଜନ ନେଟୱର୍କସ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ବେଙ୍ଗାଲୁରୁ ପୁଲିସ୍‌ କମିଶନର କର୍ଣ୍ଣାଟକା ହାଇକୋର୍ଟ ମାର୍ଚ୍ଚ ୬ରେ ଦେଇଥିବା ରାୟକୁ ଆଧାର କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, କେବୁଲ ଟେଲିଭିଜନ ନେଟୱର୍କସ ନିୟମକୁ ଯେଉଁମାନେ ଠିକ୍‌ ଭାବେ ପାଳନ କରୁନାହାନ୍ତି, ସେମାନଙ୍କ ଚ୍ୟାନେଲର ପ୍ରସାରଣକୁ ତୁରନ୍ତ ବନ୍ଦ କରାଯିବା ଉଚିତ। କିଛି ଦିନ ତଳେ କର୍ଣ୍ଣାଟକାର ଗୋଟିଏ ଚ୍ୟାନେଲରେ ମନ୍ତ୍ରୀ ଥିବା ରମେଶ ଜାରକିହୋଲିଙ୍କ ଏକ ସେକ୍ସ ସ୍କାଣ୍ଡାଲ ଅଡିଓ ଟେପ୍‌ ପ୍ରସାରଣ କରାଯାଇଥିଲା। ଏହାକୁ ନେଇ ବିବାଦ ହେବାରୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏବେ ପୁଲିସ୍‌ କହିଛି, ଯଦି କୌଣସି ଚ୍ୟାନେଲ ମହିଳାଙ୍କୁ ଅପମାନିତ କରିବା ଭଳି ଖବର ପ୍ରକାଶ କରୁଥିବ କିମ୍ବା ସାମାଜିକ ମୂଲ୍ୟବୋଧ ଓ ନୈତିକତାକୁ ଭୁଲି କାର୍ଯ୍ୟକ୍ରମ ଦେଖାଉଥିବ, ତା’ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଏ, ତା’ହେଲେ ଉକ୍ତ କଣ୍ଟେଣ୍ଟ ପ୍ରସାରଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ପ୍ରଥମ ଭୁଲ ପାଇଁ ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ସେହିପରି ଆଗକୁ ପୁଣି ଭୁଲ କଲେ ୫ ବର୍ଷ ଯାଏ ଜେଲଦଣ୍ଡ ମିଳିବ ବୋଲି ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକାର ଜଳ ସମ୍ପଦ ମନ୍ତ୍ରୀ ଥିବା ରମେଶ ସରକାରୀ ଚାକିରି ଦେବାର ଲୋଭ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମହିଳାଙ୍କ ସହ ରମେଶ ଫୋନ ଯୋଗେ କରିଥିବା କଥାବାର୍ତ୍ତାର ଗୋଟିଏ ସିଡି‌ ମଧ୍ୟ ସାମ୍ନାକୁ ଆସିଥିଲା।

ମହିଳାଙ୍କ ପକ୍ଷରୁ ଦୀନେଶ କାଲ୍ଲାହାଲ୍ଲି ନାମକ ଜଣେ ବ୍ୟକ୍ତି ସିଡିକୁ ସାର୍ବଜନୀନ କରିବା ସହ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତେବେ କିଛି ଦିନ ପରେ ଦୀନେଶ ନିଜର ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ କହିଥିଲେ ଯେ ବ୍ୟକ୍ତି ଜଣଙ୍କ ପ୍ରବଳ ଟଙ୍କା ନେଇ ସିଡିକୁ ରିଲିଜ୍‌ କରିଛନ୍ତି। ଏହି କଥା ଶୁଣି ଦୀନେଶ ଆଘାତ ପାଇଥିଲେ ଓ ଶେଷରେ ମହିଳାଙ୍କ ସମ୍ମାନର ସୁରକ୍ଷା ପାଇଁ ଅଭିଯୋଗ ପ୍ରତ୍ୟାହାର କରିଥିଲେ।

The post ପ୍ରୋଗ୍ରାମିଂ କୋଡ୍‌ ମାନିବାକୁ ଚ୍ୟାନେଲ ଗୁଡ଼ିକୁ ପୁଲିସ୍‌ର ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3ryMAwy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages