ଆମୀରଙ୍କ ପରେ ତାଙ୍କ ରିଲ୍‌ ଲାଇଫ ଝିଅକୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଆମୀରଙ୍କ ପରେ ତାଙ୍କ ରିଲ୍‌ ଲାଇଫ ଝିଅକୁ କରୋନା

ମୁମ୍ବାଇ: ବଲିଉଡରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ଜଣଙ୍କ ପରେ ଜଣେ ବଲିଉଡ ଷ୍ଟାର କରୋନା କବଳରେ ପଡୁଛନ୍ତି। ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌ଙ୍କ ପରେ ଏବେ ତାଙ୍କ ରିଲ୍‌ ଲାଇଫ୍‌ ଝିଅ ତଥା `ଦଙ୍ଗଲ ଗାର୍ଲ’ ଫାତିମା ସନା ଶେଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଥିବା ଫଟୋରେ ସେ ଲେଖିଛନ୍ତି ଯେ, ନିକଟରେ ସେ କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ପଜିଟିଭ ଆସିବା ପରେ ସେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏଥିସହ କୋଭିଡ-୧୯ର ସମସ୍ତ ନିୟମ ପାଳନ କରୁଛନ୍ତି। ଏଥିସହ ସମସ୍ତ ପ୍ରଶଂସକଙ୍କ ଶୁଭେଚ୍ଛା ଏବଂ ଚିନ୍ତାକୁ ନେଇ ସେ ଧନ୍ୟବାଦ ଜଣାଇଛନ୍ତି। କରୋନା ପ୍ରଟୋକଲ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, `ଦଙ୍ଗଲ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଛନ୍ତି ଫାତିମା ସନା ଶେଖ। ଏହି ଫିଲ୍ମରେ ଆମୀର ଖାନ୍‌ଙ୍କୁ ତାଙ୍କ ବାପା ଚରିତ୍ରରେ ଦେଖିବାକୁ ମିଳିଥିଲା। ସେ ମଧ୍ୟ ନିକଟରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକିଛି ଦିନ ମଧ୍ୟରେ ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ୍, ପରେଶ ରାୱଲ, ମିଲିନ୍ଦ ସୋମନ୍, ଆର୍‌.ମାଧବନ ଓ ରୋହିତ ସରାଫଙ୍କ ସମେତ ଅନେକ ବଲିଉଡ ଷ୍ଟାର୍‌ କରୋନାରେ ଆକ୍ରାନ୍ତ ହୋଇସାରିଥିବା ଖବର ସାମ୍ନାକୁ ଆସିଛି।

The post ଆମୀରଙ୍କ ପରେ ତାଙ୍କ ରିଲ୍‌ ଲାଇଫ ଝିଅକୁ କରୋନା appeared first on Odisha Reporter.



from Odisha Reporter https://ift.tt/3fpRgS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages