ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନୀଳକଣ୍ଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନୀଳକଣ୍ଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନା ଭଲରେ ଉଠି ବସି ପାରୁଛନ୍ତି ନା ଠିକରେ ଚାଲିପାରୁଛନ୍ତି । ପେଟରେ ଟ୍ୟୁମର ସହ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ କଷ୍ଟ ଓ ଯାତନାରେ ବିତୁଛି ଜୀବନ । ଇଏ ହେଉଛନ୍ତି  ଯାଜପୁର ଦାମୋଦରପୁର ମାଟିଆକଣ ଗାଁର ୩୫ ବର୍ଷୀୟ ନୀଳକଣ୍ଠ ପାତ୍ର। ପେଟରେ ଟ୍ୟୁମର  ବଢ଼ୁଥିବାରୁ ଗତ ୨ ବର୍ଷ ଧରି ଏଭଳି କଷ୍ଟ ଓ ଯାତନାରେ ବିତୁଛି ଜୀବନ।

ରୋଜଗାର ବି ଛଡାଇ ନେଇଛି ଏହି ବ୍ୟାଧି। ଫଳରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅପରେସନ ତ ଦୂରର କଥା ଔଷଧ କିଣିବାକୁ ବି ସମ୍ବଳ ନାହିଁ । ବଞ୍ଚିବାକୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି ନୀଳକଣ୍ଠ। ଗାଁରୁ ଆସି ପାଇପ ମିସ୍ତ୍ରୀ ଭାବେ ଭୁବନେଶ୍ୱରରେ କାମ କରୁଥିଲେ ନୀଳକଣ୍ଠ।

ହେଲେ ରୋଗରେ ଆକ୍ରାନ୍ତ ହେବା ପରଠାରୁ ରୋଜଗାର ନାହିଁ । ଅସହାୟ ଏବଂ ନିରାଶ୍ରୟ ଅବସ୍ଥାରେ କିଛି ଦିନ ବିତିବାପରେ ତାଙ୍କୁ ସହାୟକ ହୋଇଥିଲେ ପୂର୍ବରୁ ପରିଚିତ ଥିବା ରାଧାକାନ୍ତ ବେହେରା ନମକ ଜଣେ ବଦାନ୍ୟ ବ୍ୟକ୍ତି। ନିଜ ପାଖରେ ରଖି ସେବା ଶୁଶ୍ରୁଷା କରୁଛନ୍ତି। ହେଲେ ସହାୟତାର ହାତ ବଢାଇବାକୁ ସେ ବି ନିବେଦନ କରିଛନ୍ତି।  ୩୫ ବର୍ଷୀୟ ନୀଳକଣ୍ଠଙ୍କ ପାଇଁ ଆଗକୁ ଦୀର୍ଘ ଜୀବନ। ହେଲେ ଜୀବନ ଯୁଦ୍ଧରେ ଜିତିବା ପାଇଁ ଏବେ କୌଣସି ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ଏକମାତ୍ର ଭରସା।

The post ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନୀଳକଣ୍ଠ appeared first on Odisha Reporter.



from Odisha Reporter https://ift.tt/39nFnrV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages