ଦଳୀୟ ଅସନ୍ତୋଷ ପରେ ପ୍ରାର୍ଥୀ ବଦଳାଇଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଦଳୀୟ ଅସନ୍ତୋଷ ପରେ ପ୍ରାର୍ଥୀ ବଦଳାଇଲା ବିଜେପି

କୋଲକାତା: ବେଙ୍ଗଲ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଟିକେଟ ନ ପାଇ ନିରାଶ ହୋଇଥିବା ବିଜେପି କର୍ମୀ ଓ ନେତାମାନେ ଖୋଲାଖୋଲି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା। ଏବେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବିଜେପି ବେଙ୍ଗଲର ଅଲିପୁରୁଦୁଆର ଆସନର ପ୍ରାର୍ଥୀଙ୍କୁ ବଦଳାଇ ଦେଇଛି। ପୂର୍ବରୁ ଏହି ଆସନ ପାଇଁ ଦଳ ପୂର୍ବତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତାତା ଅଶୋକ ଲାହୀରିଙ୍କ ନାଁ ଘୋଷଣା କରିଥିଲା।

କିନ୍ତୁ ଏହାକୁ ସ୍ଥାନୀୟ ଅଞ୍ଚଳର ନେତା ଓ କର୍ମୀ ଆଦୌ ଗ୍ରହଣ କରିନଥିଲେ। ଅଶୋକ ଜଣେ ବାହାର ଲୋକ ହୋଇଥିବାରୁ ସେମାନେ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ବିଜେପିର ବରିଷ୍ଠ ନେତାମାନେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ପାରି ନଥିଲା। ଶେଷରେ ଦଳ ଗୁରୁବାର ଏହି ଆସନ ପାଇଁ ସୁମନ କାଞ୍ଜିଲାଲଙ୍କ ନାଁ ଘୋଷଣା କରିଛି। ଏହି ଘୋଷଣା ପରେ ଦଳୀୟ ଅସନ୍ତୋଷ ସାମାନ୍ୟ ଥଣ୍ଡା ପଡ଼ିଛି।

ଅନ୍ୟପକ୍ଷରେ ଅଶୋକଙ୍କୁ ଟିକେଟ ଦେଇ ଦଳ ଏହାକୁ ଫେରାଇ ନେଇଥିବାରୁ ସେ ନିରାଶ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କୁ ଦଳ ଏବେ ଦକ୍ଷିଣ ଦିଞ୍ଜାପୁର ଜିଲ୍ଲାର ବାଲୁରଘାଟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବ। କାରଣ ଦଳ ଏଯାଏ ବାଲୁରଘାଟ ସମେତ ରସବେହାରି, ଦାର୍ଜିଲିଂ, କୁରସେଓଙ୍ଗ ଓ କାଲିମପୋଙ୍ଗ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।

ସୂତ୍ର ଅନୁସାରେ, ଅଲିପୁରୁଦୁଆର ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ଲାହୀରିଙ୍କ ଜାତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ତାଙ୍କୁ ନେଇ ବେଶ ପ୍ରଚାର କରାଯାଉଥିଲା। ସହରୀ ଭୋଟକୁ କରାୟତ କରିବା ପାଇଁ ବିଜେପି ଅଶୋକଙ୍କ ଭଳି ଜଣେ ଲୋକଙ୍କୁ ଚୟନ କରିଥିଲା।

ସେ ପୂର୍ବତନ ଅର୍ଥନୀତିକ ପରାମର୍ଶଦାତା ହୋଇଥିବାରୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ତାଙ୍କୁ ହିଁ ଭୋଟ ଦେବେ ବୋଲି ମଧ୍ୟ ଦଳ ଆଶା କରିଥିଲା। ହେଲେ ସ୍ଥାନୀୟ ବିଜେପି କର୍ମୀ ତାଙ୍କୁ ଗ୍ରହଣ କରି ନଥିଲେ ଓ ବାହାର ଲୋକ ବୋଲି କହି ବିରୋଧ କରିବାରୁ ଦଳ ନିଜ ଆଭିମୁଖ୍ୟ ବଦଳାଇଛି।

The post ଦଳୀୟ ଅସନ୍ତୋଷ ପରେ ପ୍ରାର୍ଥୀ ବଦଳାଇଲା ବିଜେପି appeared first on Odisha Reporter.



from Odisha Reporter https://ift.tt/3cNjKCn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages