୨ ବାଇକ୍‌ ମୁହାଁମୁହିଁ ଧକ୍କା; ଗଲା ୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

୨ ବାଇକ୍‌ ମୁହାଁମୁହିଁ ଧକ୍କା; ଗଲା ୩ ଜୀବନ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜଗନ୍ନାଥପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l  ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗାଁର ଶ୍ୟାମ ସେଠୀ।

ସୂଚନା ଅନୁଯାୟୀ, କୃଷ୍ଣ ନାୟକ ଓ ମୁନା ନାୟକ ନୟାଗଡ଼ରୁ ଶରଣକୂଳ ଦେଇ ନିଜ ଗାଁ ଜଗନ୍ନାଥପୁରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆଉ ୩ ଜଣ ଗୋଟିଏ ବାଇକ୍‌ରେ ଦ୍ରୁତ ଗତିରେ ଆସୁଥିଲେ। ସେମାନେ ନୟାଗଡ଼ ଅଭିମୁଖେ ଯାଉଥିଲେ। ଜଗନ୍ନାଥପୁର ଛକଠାରେ ଉଭୟ ବାଇକ୍‌ ମଧ୍ୟରେ ଧକ୍କା  ହୋଇଥିଲା।

ନୟାଗଡ଼ ଟାଉନ ଥାନା ପୁଲିସ୍‌ ଓ ଶରଣକୁଳ ଥାନା ପୁଲିସ୍ ଘଟଣାସ୍ଥଳରେ‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ କୃଷ୍ଣ ନାୟକ ଓ ମୁନା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଶ୍ୟାମଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ  ଥିବା ଜଣାଯାଇଛି।

The post ୨ ବାଇକ୍‌ ମୁହାଁମୁହିଁ ଧକ୍କା; ଗଲା ୩ ଜୀବନ appeared first on Odisha Reporter.



from Odisha Reporter https://ift.tt/3bYpGcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages