୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କୋଭିଡ। ଉପର ମୁହାଁ ହେଲାଣି ମହାମାରୀ କରୋନା ଗ୍ରାଫ। ଗୋଟିଏ ପଟେ କରୋନା ଟିକାକରଣ ଚାଲିଥିବାବେଳେ ଆଉ ଗୋଟେ ପଟେ ପୁଣି ବଢ଼ି ଚାଲିଛି ଅକ୍ରାନ୍ତଙ୍କ ସଂଖ୍ୟା। ଗଲା ଦୁଇ ମାସରେ ଆଜି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୮ ଜାରର ୭୬୫ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଚିନ୍ତା ବଢ଼ିବାରେ ଲାଗିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କେବଳ ମହାରାଷ୍ଟ୍ରରୁ ହିଁ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁଣେରେ ୧୯୨୫, ନାଗପୁରରେ ୧୨୧୭ ଏବଂ ମୁମ୍ବାଇରେ ୧୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଶ୍ୱସ୍ତିକର ଖବର ହେଉଛି କି, ଗତ ଦୁଇ ଦିନ ଧରି ଶହେରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିଲା। ତେବେ ଏହି ସଂଖ୍ୟା ଆଜି ୯୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ କରୋନା ଆକ୍ରାନ୍ତଙ୍କ ହାରାହାରି ସଂଖ୍ୟା ୧୬ ହଜାରରେ ଥିଲା

ଶେଷ ଥର ପାଇଁ ଜାନୁଆରୀ ୬ ତାରିଖରେ ଚିହ୍ନଟ ହୋଇଥିଲେ ୧୮ ହଜାର ୮୯୪ ଆକ୍ରାନ୍ତ। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୧୦ ହଜାର ୭୯୯ ଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୮୪ ହଜାର ୫୨୩ ରହିଛି।

The post ୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3caWgqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages